ଅନୁଭବଙ୍କ ପାଇଁ ବଢ଼ୁଛି ଚାପ, ମୁଖିଆ ଚୁପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଟିଭି କେନ୍ଦ୍ରାପଡ଼ା ପ୍ରତିନିଧିଙ୍କୁ ଦୁର୍ବ୍ୟବହାରକୁ ନେଇ ବଢୁଛି ସାଂସଦ ଅନୁଭବଙ୍କ ଅଡ଼ୁଆ। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ତେଜୁଥିଲା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟିଆ ମହଲତ ଦେଇଛି ସାମ୍ବାଦିକ ସଂଘ। ଏହି ସମୟ ଭିତରେ ସାଂସଦ କ୍ଷମାପ୍ରାର୍ଥନା ନକଲେ କିମ୍ବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ସଂଘ ବିଧାନସଭା ଏବଂ ନବୀନ ନିବାସ ଘେରାଉ ପାଇଁ ଚେତାବନୀ ଦେଇଛି । ସେପଟେ ଘଟଣାକୁ ଦୁଇଦିନ ବିତିବାକୁ ବସିଥିଲା ବେଳେ ଶାସକ ଦଳ ଏବଂ […]

vczs

vczs

Tapas Behera
  • Published: Thursday, 07 November 2019
  • Updated: 07 November 2019, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଟିଭି କେନ୍ଦ୍ରାପଡ଼ା ପ୍ରତିନିଧିଙ୍କୁ ଦୁର୍ବ୍ୟବହାରକୁ ନେଇ ବଢୁଛି ସାଂସଦ ଅନୁଭବଙ୍କ ଅଡ଼ୁଆ। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ତେଜୁଥିଲା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟିଆ ମହଲତ ଦେଇଛି ସାମ୍ବାଦିକ ସଂଘ। ଏହି ସମୟ ଭିତରେ ସାଂସଦ କ୍ଷମାପ୍ରାର୍ଥନା ନକଲେ କିମ୍ବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ସଂଘ ବିଧାନସଭା ଏବଂ ନବୀନ ନିବାସ ଘେରାଉ ପାଇଁ ଚେତାବନୀ ଦେଇଛି । ସେପଟେ ଘଟଣାକୁ ଦୁଇଦିନ ବିତିବାକୁ ବସିଥିଲା ବେଳେ ଶାସକ ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି।

ଓଟିଭି କେନ୍ଦ୍ରାପଡ଼ା ପ୍ରତିନିଧିଙ୍କୁ ସାଂସଦ ଅନୁଭବଙ୍କ ଦୁର୍ବ୍ୟବହାର, ଔଦ୍ଧତ୍ୟପୂର୍ଣ୍ଣ ଆଚରଣର ରାଜ୍ୟବ୍ୟାପୀ ପ୍ରତିବାଦ। ସମ୍ମାନ ଓ ସୁରକ୍ଷା ପାଇଁ ଏକଜୁଟ୍ ପୁରା ସାମ୍ବାଦିକ ସମାଜ। ଜିଲ୍ଲା ଏବଂ ବ୍ଲକ୍ ସ୍ତରରୁ ଡେଇଁ ଆଜି ରାଜଧାନୀକୁ ବ୍ୟାପିଛି ସାମ୍ବାଦିକଙ୍କ ଆନ୍ଦୋଳନ। ଭୁବନେଶ୍ୱର ଜୟଦେବ ଭବନ ଆଗରେ ବହୁ ସଂଖ୍ୟାରେ ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ସାମ୍ବାଦିକ ଏକାଠି ହୋଇ ଅନୁଭବଙ୍କ ଦୁର୍ବ୍ୟବହାରର ଦୃଢ଼ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ୨୪ ଘଣ୍ଟାର ମହଲତ।

ଏହି ସମୟ ଭିତରେ ସାଂସଦ ନିଜ କୃତକର୍ମ ପାଇଁ ସର୍ବସାଧାରଣରେ କ୍ଷମା ନମାଗିଲେ ଆବଶ୍ୟକ ପଡ଼ିଲେ ନବୀନ ନିବାସ ଏବଂ ବିଧାନସଭା ଘେରାଉର ଚେତାବନୀ ଦେଇଛନ୍ତି ଗଣମାଧ୍ୟମ ପ୍ରତିନିଧି । ସେହିପରି ଆସନ୍ତା ବିଧାନସଭାରେ ସାମ୍ବାଦିକଙ୍କ ସୁରକ୍ଷା ବିଲ୍ ଆଣିବାକୁ ମଧ୍ୟ ଦାବି ହୋଇଛି। ଏହିସବୁ ଦାବି ନେଇ ସାମ୍ବାଦିକଙ୍କ ଏକ ପ୍ରତିନିଧି ଦଳ ଗୃହ ସଚିବଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି। କେବଳ ରାଜଧାନୀ ନୁହେଁ, ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଅନୁଭବଙ୍କ ଭିଲେନ୍‌ଗିରିର ପ୍ରତିବାଦ।

କାର୍ଯ୍ୟାନୁଷ୍ଠାନ ଦାବିରେ କେନ୍ଦ୍ରାପଡ଼ାରୁ ନେଇ କଟକ, ପୁରୀରୁ ନେଇ ଝାରସୁଗୁଡ଼ା, ନବରଙ୍ଗପୁର, ଯାଜପୁର, ବାରିପଦା, ମୋହନା ସବୁଠି ସାଂସଦଙ୍କ ଆଚରଣ ତୀବ୍ର ନିନ୍ଦା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ବିଭିନ୍ନ ସାମ୍ବାଦିକ ସଂଘ ଓ ସାମ୍ବାଦିକ। ସେପଟେ ଅଭିଯୋଗର ୪୮ ଘଣ୍ଟା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

ସବୁଠୁ ବଡ଼କଥା ହେଉଛି ସାମ୍ବାଦିକଙ୍କ ଦାବି ମୁତାବକ କ୍ଷମା ପ୍ରାର୍ଥନା ତ’ ଦୂରେ ଥାଉ ଏତେ ବିବାଦ ସତ୍ତ୍ୱେ ଘଟଣାକୁ ନେଇ ନା ସାଂସଦ ନିଜେ ଏଯାଏଁ ଦୁଃଖ ପ୍ରକାଶ କରିଛନ୍ତି, ନା ନିଜ ନେତାଙ୍କୁ ଶିଷ୍ଟାଚାରର ପାଠ ପଢାଉଥିବା ମୁଖ୍ୟମନ୍ତ୍ରୀ ତାଙ୍କୁ ଏନେଇ ତାଗିଦ୍ କରିଛନ୍ତି। ନା ବିଧିବଦ୍ଧ ଭାବେ ଦଳ ଏ ବାବଦରେ ମୁହଁ ଖୋଲୁଛି । ତେଣୁ ସାମ୍ବାଦିକଙ୍କ ସୁରକ୍ଷା ଓ ସମ୍ମାନ ଭଳି ଘଟଣାରେ ଶାସକ ଦଳର ଏଭଳି ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story