ଅନଶନରତ ସାମ୍ବାଦିକଙ୍କୁ ପିଟିଲେ, ଜଣେ ଗୁରୁତର ଆହତ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାରା ଦେଶରେ ଚିନ୍ତାର କାରଣ ପାଲଟିଥିବାବେଳେ ଏବେ ସେଭଳି ଏକ ଖବର ଆସି ପହଞ୍ଚିଛି ନୟାଗଡ଼ ଜିଲ୍ଲାରୁ। ଏହି ଜିଲ୍ଲାର ଦଶପଲ୍ଲା ଥାନା ସମ୍ମୁଖରେ ଅନଶନ କରୁଥିବା କିଛି ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବ୍ୟବହାରର ଶିକାର ହୋଇ ଗତ ୪ ଦିନ ହେଲା ସାମ୍ବାଦିକ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଆମରଣ ଅନଶନରେ ବସିଥିଲେ। ଆଜି ଆଲୋଚନା ପାଇଁ ସ୍ଥାନୀୟ ବିଧାୟକ ରମେଶ ବେହେରା […]

daspalla

daspalla

Subrat Kumar Nayak
  • Published: Thursday, 08 August 2019
  • Updated: 08 August 2019, 10:51 PM IST

Sports

Latest News

ନୟାଗଡ଼ (ଓଡ଼ିଶା ରିପୋର୍ଟର): ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାରା ଦେଶରେ ଚିନ୍ତାର କାରଣ ପାଲଟିଥିବାବେଳେ ଏବେ ସେଭଳି ଏକ ଖବର ଆସି ପହଞ୍ଚିଛି ନୟାଗଡ଼ ଜିଲ୍ଲାରୁ। ଏହି ଜିଲ୍ଲାର ଦଶପଲ୍ଲା ଥାନା ସମ୍ମୁଖରେ ଅନଶନ କରୁଥିବା କିଛି ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବ୍ୟବହାରର ଶିକାର ହୋଇ ଗତ ୪ ଦିନ ହେଲା ସାମ୍ବାଦିକ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଆମରଣ ଅନଶନରେ ବସିଥିଲେ। ଆଜି ଆଲୋଚନା ପାଇଁ ସ୍ଥାନୀୟ ବିଧାୟକ ରମେଶ ବେହେରା ସେମାନଙ୍କ ପାଖକୁ ଆସିଥିଲେ।

କିନ୍ତୁ ଏହି ଆଲୋଚନା ବିଫଳ ହେବାରୁ କିଛି ଅସାମାଜିକ ବ୍ୟକ୍ତି ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିବା ସହ ଅନଶନସ୍ଥଳକୁ ଭଙ୍ଗାରୁଜା କରିଥିବାଅଭିଯୋଗ ହୋଇଛି। ଏହି ଯୁବକମାନେ ବିଧାୟକଙ୍କ ସମର୍ଥକ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆକ୍ରମଣରେ ବରିଷ୍ଠ ସାମ୍ବାଦିକ ସୁରେଶ ମିଶ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ,ଗତ କିଛିଦିନ ତଳେ ଏହି ବ୍ଲକ୍‌ର ଟାକରା ହାଇସ୍କୁଲରୁ ତିନି ଜଣ ଛାତ୍ର ନିଖୋଜ ହୋଇଯାଇ ଥିଲେ। ତିନି ଜଣ ସାମ୍ବାଦିକ ଏହି ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ବିଦ୍ୟାଳୟର ଶିକ୍ଷକ ସେମାନଙ୍କୁ ଅଶ୍ଲୀଳ ଗାଳିଗୁଲଜ କରିଥିଲେ, ଏପରିକି ଅଟକ ରଖିଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ଉଦ୍ଧାର କରିବା ପାଇଁ ପହଞ୍ଚିବା ତ ଦୂରର କଥା, ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଶିକ୍ଷକଙ୍କୁ ଘଣ୍ଟ ଘୋଡ଼ାଇଥିଲା। ଏପରି ଅନ୍ୟାୟ ବିରୋଧରେ ସାମ୍ବାଦିକମାନେ ନ୍ୟାୟ ପାଇବା ପାଇଁ ଦଶପଲ୍ଲା ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହାପରେ ପୁଲିସ୍‌ ୭ ଦିନର ମହଲତ ନେଇଥିଲା, କିନ୍ତୁ ପାଳନ ନ କରିବାରୁ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ଆମରଣ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଥିଲେ। ଦଶପଲ୍ଳା ଥାନାଧିକାରୀଙ୍କ ବଦଳି ଏବଂ ସପୃକ୍ତ ଶିକ୍ଷକଙ୍କୁ ଗିରଫ ଦାବିରେ ସାମ୍ବାଦିକମାନେ ଅଟଳ ରହିଥିଲେ।

ତେବେ ଏହି ସାମ୍ବାଦିକମାନଙ୍କୁ ବୁଝାସୁଝା କରିବା ପାଇଁ ଦଶପଲ୍ଲା ବିଧାୟକ, ବ୍ଲକ ଅଧକ୍ଷା, ଏନଏସି ଅଧକ୍ଷା, ଦଶପଲ୍ଳା ତହସିଲଦାର ଏବଂ ଥାନା ଅଧିକାରୀ ଅନଶନ ସ୍ଥଳକୁ ଆସିଥିଲେ। କିନ୍ତୁ ସାମ୍ବାଦିକମାନେ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ନହୋଇ ଶିକ୍ଷକଙ୍କ ଗିରଫ ଦାବିରେ ଅଟଳ ରହିଥିଲେ।

ଶେଷରେ ଆଲୋଚନା ବିଫଳ ହୋଇଥିବାରୁ ବିଧାୟକ ସେଠାରୁ ଚାଲିଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବିଧାୟକଙ୍କ କିଛି ସମର୍ଥକ ଏବଂ ସପୃକ୍ତ ଶିକ୍ଷକଙ୍କ ସମର୍ଥକମାନେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହେଉଛି। ପୁଲିସ ବହୁ କଷ୍ଟରେ ସାମ୍ବାଦିକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଗୁରୁତର ଆହତ ହୋଇଥିବା ବରିଷ୍ଠ ସାମ୍ବାଦିକ ସୁରେଶ ମିଶ୍ରଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହି ଆକ୍ରମଣକୁ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ ଏହି ଆକ୍ରମଣ ବିରୋଧରେ ଜିଲ୍ଲାସ୍ତରର ସାମ୍ବାଦିକମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଆଲୋଚନା ହେଉଛି। ଶେଷ ଖବର ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story