ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଉତ୍ତେଜନା: ଜୟପୁରରେ ଯୁବକଙ୍କୁ ଛୁରାମାଡ଼, ସୋରରେ ୧୪୪ ଧାରା ଜାରି

ସୋର/ଜୟପୁର: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବାଲେଶ୍ୱର ଜିଲ୍ଲା ସୋର ଓ କୋରାପୁଟ ଜିଲ୍ଲା ଜୟପୁରରେ ଉତ୍ତେଜନା ଦେଖାଦେଇଛି। ସୋରରେ ଅପ୍ରୀତିକର ପରିସ୍ଥିତିକୁ ଏଡେଇବାକୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ଜୟପୁରରେ ଯୁବକଙ୍କୁ ଛୁରାମାଡ ହୋଇଛି। ସୋରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଢେଲାପଥର, ବୋତଲ ମାଡରେ ୫ ଆହତ ହେବା ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ଭସାଣ ଶୋଭାଯାତ୍ରା ଯାଉଥିବା ବେଳେ […]

sora-uttajana

Rakesh Mallick
  • Published: Saturday, 10 September 2016
  • , Updated: 10 September 2016, 10:20 AM IST

ସୋର/ଜୟପୁର: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବାଲେଶ୍ୱର ଜିଲ୍ଲା ସୋର ଓ କୋରାପୁଟ ଜିଲ୍ଲା ଜୟପୁରରେ ଉତ୍ତେଜନା ଦେଖାଦେଇଛି। ସୋରରେ ଅପ୍ରୀତିକର ପରିସ୍ଥିତିକୁ ଏଡେଇବାକୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ଜୟପୁରରେ ଯୁବକଙ୍କୁ ଛୁରାମାଡ ହୋଇଛି।

ସୋରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଢେଲାପଥର, ବୋତଲ ମାଡରେ ୫ ଆହତ ହେବା ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ଭସାଣ ଶୋଭାଯାତ୍ରା ଯାଉଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଏକାଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଘଟଣାକୁ କେନ୍ଦ୍ର କରି ସହରରେ ଉତ୍ତେଜନା ଲାଗି ରହିବାରୁ ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୌଣସୀ ଅପ୍ରିତୀକର ପରିସ୍ଥିତିକୁ ଏଡେଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି କୋରାପୁଟ ଜିଲ୍ଲା ଜୟପୁର ସହରର ଗାନ୍ଧୀଛକ ନିକଟରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ଆହତ ଯୁବକ ଜଣକ ହେଲେ ପବନ ପଟ୍ଟନାୟକ।

ପବନଙ୍କୁ ପ୍ରଥମେ ଜୟପୁର ଉପଖଣ୍ଡ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଏହି ଛୁରାମାଡ କରାଯାଇଥିବା ଜଣାପଡିଛି।

Related story