ଜଟାଧାରୀ ମୁହାଣରେ ଜେଟି କରିବ ଜେଏସଡବ୍ଲ୍ୟୁ, ମିଳିଲା ପରିବେଶ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ନିକଟସ୍ଥ ଜଟାଧାରୀ ମୁହାଣରେ ବାର୍ଷିକ ୫୨ନିୟୁତ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ପରିବହନ ସୁବିଧାଯୁକ୍ତ ନିଜସ୍ୱ ଜେଟି ନିର୍ମାଣ କରିବାକୁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ପରିବେଶ ଅନୁମତି ମିଳିଛି । ଏହି ସବୁଦିନିଆ ଜେଟି ନିର୍ମାଣ ପାଇଁ କମ୍ପାନୀ ୨୧୦୪ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଓ ଏଠାରୁ କମ୍ପାନୀ ମାଲ ପରିବହନ କରିପାରିବ । ଗତ ସପ୍ତାହକ ମଧ୍ୟରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ଏହା ଦ୍ୱିତୀୟ ପରିବେଶ ଅନୁମତି । ପୂର୍ବରୁ […]

jsw

Ordigital Desk
  • Published: Tuesday, 12 April 2022
  • , Updated: 12 April 2022, 10:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ନିକଟସ୍ଥ ଜଟାଧାରୀ ମୁହାଣରେ ବାର୍ଷିକ ୫୨ନିୟୁତ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ପରିବହନ ସୁବିଧାଯୁକ୍ତ ନିଜସ୍ୱ ଜେଟି ନିର୍ମାଣ କରିବାକୁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ପରିବେଶ ଅନୁମତି ମିଳିଛି । ଏହି ସବୁଦିନିଆ ଜେଟି ନିର୍ମାଣ ପାଇଁ କମ୍ପାନୀ ୨୧୦୪ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଓ ଏଠାରୁ କମ୍ପାନୀ ମାଲ ପରିବହନ କରିପାରିବ । ଗତ ସପ୍ତାହକ ମଧ୍ୟରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ଏହା ଦ୍ୱିତୀୟ ପରିବେଶ ଅନୁମତି । ପୂର୍ବରୁ ଏରସମାରେ ୧୩.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ମେଗା ଇସ୍ପାତ ପ୍ଲାଂଟ୍ ସ୍ଥାପନକୁ ମଧ୍ୟ ପରିବେଶ ମଞ୍ଜୁରୀ ମିଳିଥିଲା ।

କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୧୯ ଡିସେମ୍ବରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଜନଶୁଣାଣି ପରେ ଇଆଇଏ ବିଜ୍ଞପ୍ତି-୨୦୦୬ ଅନ୍ତର୍ଗତ ଜେଏସଡବ୍ଲ୍ୟୁ ଷ୍ଟିଲକୁ ପରିବେଶ ଅନୁମତି ଦିଆଯାଇଛି ।

ସୂଚନାଯୋଗ୍ୟ, ଏହି ଜେଟି ପ୍ରସ୍ତାବିତ ଷ୍ଟିଲ ପ୍ଲାଂଟ ସ୍ଥାପନ ହେଉଥିବା ଜଟାଧାରୀ ନଦୀର ମୁହାଣରେ ସ୍ଥାପନ ହେବ । ଯାହାକି କମ୍ପାନୀର ପରିବହନ ଖର୍ଚ୍ଚକୁ ହ୍ରାସ କରିବ ବୋଲି କୁହାଯାଉଛି । ଏହି ମେଗା ଇସ୍ପାତ କାରଖାନା କାର୍ଯ୍ୟକ୍ଷମ ହେଲେ ସେଠାରେ ୧୫ହଜାର ଲୋକ ପ୍ରତ୍ୟକ୍ଷ ଓ ୫୭ହଜାର ଲୋକ ପରୋକ୍ଷରେ କର୍ମସଂସ୍ଥାନ ପାଇବେ । ୨୦୧୭ ଜୁନ୍ ମାସରେ ଜେଏସଡବ୍ଲ୍ୟୁ ଷ୍ଟିଲକୁ ଏରସମାରେ ପ୍ରକଳ୍ପ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ମଞ୍ଜୁରୀ ପ୍ରଦାନ କରିଥିଲେ ।

Related story