ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୁଏଲ: ମୃତ ଆଶାକର୍ମୀଙ୍କୁ ୫୦ ଲକ୍ଷ ସହାୟତା ଦିଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀ ବିରୁଦ୍ଧରେ ଆଗଧାଡ଼ିରେ ରହି ଯୋଦ୍ଧା ସାଜି ପ୍ରାଣ ହରାଇଥିବା ସୁନ୍ଦରଗଡ଼ର ଜଣେ ଆଶାକର୍ମୀଙ୍କୁ ସହାୟତା ଦେବା ପାଇଁ ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦାବି କରିଛନ୍ତି। ସେ ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧିବଦ୍ଧ ଚିଠି ଲେଖି ମୃତ ଆଶାକର୍ମୀଙ୍କୁ ସମସ୍ତ ପ୍ରକାରର ସହାୟତା ଓ ୫୦ଲକ୍ଷ ଟଙ୍କାର ଆର୍ଥିକ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସୁନ୍ଦରଗଡ଼ ସାଂସଦ ଶ୍ରୀ ଓରାମ […]

naveen

Manoranjan Sial
  • Published: Friday, 01 May 2020
  • , Updated: 01 May 2020, 09:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀ ବିରୁଦ୍ଧରେ ଆଗଧାଡ଼ିରେ ରହି ଯୋଦ୍ଧା ସାଜି ପ୍ରାଣ ହରାଇଥିବା ସୁନ୍ଦରଗଡ଼ର ଜଣେ ଆଶାକର୍ମୀଙ୍କୁ ସହାୟତା ଦେବା ପାଇଁ ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦାବି କରିଛନ୍ତି। ସେ ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧିବଦ୍ଧ ଚିଠି ଲେଖି ମୃତ ଆଶାକର୍ମୀଙ୍କୁ ସମସ୍ତ ପ୍ରକାରର ସହାୟତା ଓ ୫୦ଲକ୍ଷ ଟଙ୍କାର ଆର୍ଥିକ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ସୁନ୍ଦରଗଡ଼ ସାଂସଦ ଶ୍ରୀ ଓରାମ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକର କିଞ୍ଜିରିକେଲା ଥାନା ଅନ୍ତର୍ଗତ କଙ୍କେରାଜୋର ଗାଁର ନିର୍ମଳା ସୋରେଙ୍ଗ୍ ଅଶାକର୍ମୀ ଭାବେ କାର୍ଯ୍ୟ କରନ୍ତି। ସେ କିଞ୍ଜିରିକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ନିଜ ଅଞ୍ଚଳରେ କୋଭିଡ-୧୯ ମୁକାବିଲା ଦିଗରେ ସେ କାର୍ଯ୍ୟ କରୁଥିଲେ। କିନ୍ତୁ ଗତ ଏପ୍ରିଲ ୨୭ତାରିଖରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ରୀମତୀ ସାରେଙ୍ଗ କୋଭିଡ-୧୯ ମୁକାବିଲା ପାଇଁ ନିୟୋଜିତ ଥାଇ ପ୍ରାଣ ହରାଇଥିବାରୁ ରାଜ୍ୟ ସରକାର ତାଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ସେ ଅନୁରୋଧ କିରଛନ୍ତି। ଏହାସହିତ ଘୋଷଣା ମୁତାବକ ସରକାର ନିର୍ମଳାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଆର୍ଥିକ ସହଯୋଗ ଦିଅନ୍ତୁ ବୋଲି ଶ୍ରୀ ଓରାମ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଏପ୍ରିଲ ୨୧ତାରିଖରେ କରୋନା ସହ ଆଗଧାଡ଼ିରେ ଲଢ଼େଇ ଜାରି ରଖିଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସହାୟକମାନଙ୍କ ଭଳି କୋଭିଡ୍ ଯୋଦ୍ଧାଙ୍କ କାର୍ଯ୍ୟ ଓ ତ୍ୟାଗକୁ ସମ୍ମାନ ଜଣାଇ ସେମାନଙ୍କର ମୃତ୍ୟୁ ହେଲେ ଶହୀଦ ଆଖ୍ୟା ସହ ୫୦ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ଘୋଷଣା କରିଥିଲେ। ମାତ୍ର କୋଭିଡ-୧୯ ମୁକାବିଲା କାର୍ଯ୍ୟରେ ନିୟୋଜିତ ସୁନ୍ଦରଗଡ଼ର ଆଶାକର୍ମୀ ନିର୍ମଳା ସୋରେଙ୍ଗ୍ ଗତ ୨୭ତାରିଖରୁ ପ୍ରାଣ ହରାଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ଶହୀଦ ଘୋଷଣା କରିନାହାନ୍ତି କିମ୍ବା ତାଙ୍କ ପରିବାରକୁ ଏପର୍ଯ୍ୟନ୍ତ କୌଣସି ଆର୍ଥିକ ସହାୟତା ଦେଇନଥିବା ଜଣାପଡ଼ିଛି।

Related story