ପୁଅ ସହ ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଗିରଫ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓ ପୁଅ ପ୍ରିୟବ୍ରତ ସାମନ୍ତରାୟଙ୍କୁ ପୁଲିସ ଗୁରୁବାର ଗିରଫ କରିଛି। ଭାଜପା ବିଧାୟକ ପ୍ରାର୍ଥିଙ୍କୁ ଆକ୍ରମଣ ଘଟଣାରେ ବାପ-ପୁଅ ଗିରଫ ହୋଇଛନ୍ତି। ଉଭୟଙ୍କୁ ଆଜି ପିପିଲିସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ ବୁଧବାର ସାରା ଓଡ଼ିଶା ବନ୍ଦ ଥିବା ବେଳେ ବାପା-ପୁଅ ଭାରତୀୟ ଜନତା ପାର୍ଟିର ଭାବି ବିଧାୟକ ପ୍ରାର୍ଥୀ କୁହାଯାଉଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିଲେ। […]

kedar

Rakesh Mallick
  • Published: Thursday, 25 January 2018
  • , Updated: 25 January 2018, 10:25 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓ ପୁଅ ପ୍ରିୟବ୍ରତ ସାମନ୍ତରାୟଙ୍କୁ ପୁଲିସ ଗୁରୁବାର ଗିରଫ କରିଛି। ଭାଜପା ବିଧାୟକ ପ୍ରାର୍ଥିଙ୍କୁ ଆକ୍ରମଣ ଘଟଣାରେ ବାପ-ପୁଅ ଗିରଫ ହୋଇଛନ୍ତି। ଉଭୟଙ୍କୁ ଆଜି ପିପିଲିସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ ବୁଧବାର ସାରା ଓଡ଼ିଶା ବନ୍ଦ ଥିବା ବେଳେ ବାପା-ପୁଅ ଭାରତୀୟ ଜନତା ପାର୍ଟିର ଭାବି ବିଧାୟକ ପ୍ରାର୍ଥୀ କୁହାଯାଉଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିଲେ। କଂଗ୍ରେସ ପକ୍ଷରୁ ହୋଇଥିବା ଏହି ଆନ୍ଦୋଳନରେ ଦଳୀୟ କର୍ମୀମାନେ ବିଜେପି କର୍ମୀଙ୍କ ସହିତ ଗଣ୍ଡଗୋଳ କରିଥିଲେ। ଏନେଇ ପିପିଲି ଥାନାରେ ଅଭିଯୋଗ ହୋଇଥିଲା। ମଙ୍ଗଳପୁର ଛକରେ ଗୁରୁତର ଭାବରେ ଆହତ ଆଶ୍ରିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related story