ଯୁକ୍ତ ଦୁଇ ପରୀକ୍ଷାଫଳ: ସବୁଥିରେ ବଢ଼ିଛି ପାସ୍ ହାର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଆଉ ଗତ ବର୍ଷ ଅପେକ୍ଷା ଏଥର ଯୁକ୍ତ ଦୁଇ ପରୀକ୍ଷାରେ ପାସ୍ ହାର ବଢ଼ିଛି। ଏଥର କଳା, ବିଜ୍ଞାନ ଓ ବାଣଜ୍ୟରେ ସାମଗ୍ରିକ ଭାବେ ପାସ୍ ହାର ୭୬.୭୫% ରହିଛି। ଗତ ବର୍ଷ ଏହି ହାର ରହିଥିଲା ୬୮.୩୬ ପ୍ରତିଶତ। ଏଥର ବିଜ୍ଞାନରେ ୮୦.୩୧% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଳାରେ ୭୬.୩୧ ଓ ବାଣିଜ୍ୟରେ ୬୯.୪୮% ପାସ୍ କରିଛନ୍ତି। ଆଉ ଗତ ବର୍ଷର ଫଳାଫଳ ସହିତ […]

resullt1

Rakesh Mallick
  • Published: Monday, 01 June 2015
  • , Updated: 01 June 2015, 12:26 PM IST

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଆଉ ଗତ ବର୍ଷ ଅପେକ୍ଷା ଏଥର ଯୁକ୍ତ ଦୁଇ ପରୀକ୍ଷାରେ ପାସ୍ ହାର ବଢ଼ିଛି। ଏଥର କଳା, ବିଜ୍ଞାନ ଓ ବାଣଜ୍ୟରେ ସାମଗ୍ରିକ ଭାବେ ପାସ୍ ହାର ୭୬.୭୫% ରହିଛି। ଗତ ବର୍ଷ ଏହି ହାର ରହିଥିଲା ୬୮.୩୬ ପ୍ରତିଶତ।

ଏଥର ବିଜ୍ଞାନରେ ୮୦.୩୧% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଳାରେ ୭୬.୩୧ ଓ ବାଣିଜ୍ୟରେ ୬୯.୪୮% ପାସ୍ କରିଛନ୍ତି। ଆଉ ଗତ ବର୍ଷର ଫଳାଫଳ ସହିତ ତୁଳନା କଲେ ପ୍ରତି ବିଭାଗରେ ଏଥର ରେଜଲ୍ଟ ଭଲ ରହିଛି।

ଗତବର୍ଷ ବିଜ୍ଞାନରେ ୭୦.୧୩% ପିଲା ପାସ୍ କରିଥିଲେ। ତେଣୁ ଗତ ବର୍ଷ ତୁଳନାରେ ଏଥର ୧୦% ଅଧିକ ପିଲା ବିଜ୍ଞାନରେ ପାସ୍ କରିଛନ୍ତି।

ସେହିପରି ଗତବର୍ଷ କଳାରେ ୬୮.୧୯% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ। ଆଉ ଏଥର ୭୬.୩୧ % ପିଲା କଳାରେ ପାସ୍ କରିଛନ୍ତି। ଅର୍ଥାତ ଏ ବର୍ଷ କଳାରେ ୮.୧୨% ଅଧିକ ପିଲା ପାସ୍ କରିଛନ୍ତି।

ବାଣିଜ୍ୟରେ ଏଥର ଗତବର୍ଷ ଅପେକ୍ଷା ୫.୩୧% ଅଧିକ ଭଲ ରେଜଲ୍ଟ ହୋଇଛି। ଗତ ବର୍ଷ ବାଣିଜ୍ୟରେ ପାସ୍ ହାର ୬୪.୧୪% ରହିଥିବା ବେଳେ ଏ ବର୍ଷ ୬୯.୪୮% ରହିଛି।

ଏଥର ତିନୋଟି ଯାକ ବିଭାଗରେ ମୋଟ ୩ ଲକ୍ଷ ୫୬ ହଜାର ୪୧୮ ହଜାର ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭,୦୧୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି।ସେହିପରି ୩୩,୬୬୨ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଛନ୍ତି।

ବିଜ୍ଞାନରେ ୯୩,୯୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୭୫,୪୩୪ ଜଣ। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୮,୪୫୯ ଜଣ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୨୩,୦୯୬ ଜଣ। ତୃତୀୟ ଶ୍ରେଣୀରେ ୩୧,୧୨୦ ଜଣ ପାସ୍ କରିଛନ୍ତି।

କଳାରେ ୨ ଲକ୍ଷ ୩୦ ହଜାର ୨୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୧ ଲକ୍ଷ ୭୫ ହଜାର ୭୧୯ ଜଣ। ସେମାନଙ୍କ ମଧ୍ୟରୁ ୧୫,୨୩୧ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୭,୮୪୭ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ସେହିପରି ୧ ଲକ୍ଷ ୩୧ ହଜାର ୯୮୮ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

ବାଣିଜ୍ୟରେ ମୋଟ ୩୨,୨୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୨,୩୯୧ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୩,୩୨୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି।ସେହିପରି ଦ୍ୱିତୀୟ ଶ୍ରେଣୀରେ ୩,୪୧୯ ଓ ତୃତୀୟ ଶ୍ରେଣୀରେ ୧୫,୬୦୫ ଜଣ ପାସ୍ କରିଛନ୍ତି।

ଗତବର୍ଷ ତିନିଟି ଯାକ ବିଭାଗରେ ପରୀକ୍ଷା ଦେଇଥିଲେ ମୋଟ ୩ ଲକ୍ଷ ୧୦ ହଜାର ୩୭୮ ଜଣ ଛାତ୍ରଛାତ୍ରୀ। ଏବଂ ସେଥିରୁ ୩୧ ହଜାର ୨୧୧ ଜଣ ଫ।ଷ୍ଟ ଡିଭିଜନ, ୪୭ ହଜାର ୫୩୩ ଜଣ ସେକେଣ୍ଡ ଡିଭିଜନ ଓ ୧ ଲକ୍ଷ ୨୮ ହଜାର ୮୭୨ ଜଣ ଥାର୍ଡ ଡିଭିଜନରେ ପାସ୍ କରିଥିଲେ।

Related story