ଜୁନ ୧୧ରେ ୧୪ ରାଜ୍ୟର ୫୭ ଆସନ ପାଇଁ ହେବ ରାଜ୍ୟସଭା ନିର୍ବାଚନ, ଓଡ଼ିଶାରୁ ୩

ନୂଆଦିଲ୍ଲୀ: ଜୁନ ୧୧ ତାରିଖରେ ୧୪ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏଥିରେ ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ ହେବ। ଜୁଲାଇ ୧ ତାରିଖରେ ପ୍ୟାରୀମୋହନ ମହାପାତ୍ର, ବୈଷ୍ଣବ ପରିଡ଼ା ଏବଂ ଭୂପିନ୍ଦର ସିଂଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେଣୁ ଏହି ୩ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ମେ’ ୨୪ ତାରଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ମେ’ ୩୧ […]

pyari-baishnaba-bhupindar

Rakesh Mallick
  • Published: Thursday, 12 May 2016
  • , Updated: 12 May 2016, 05:06 PM IST

ନୂଆଦିଲ୍ଲୀ: ଜୁନ ୧୧ ତାରିଖରେ ୧୪ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏଥିରେ ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ ହେବ। ଜୁଲାଇ ୧ ତାରିଖରେ ପ୍ୟାରୀମୋହନ ମହାପାତ୍ର, ବୈଷ୍ଣବ ପରିଡ଼ା ଏବଂ ଭୂପିନ୍ଦର ସିଂଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେଣୁ ଏହି ୩ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ନିର୍ବାଚନ ନେଇ ମେ’ ୨୪ ତାରଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ମେ’ ୩୧ ତାରିଖ ରହିଥିବା ବେଳେ ଜୁନ ୧ରେ ପାର୍ଥିପତ୍ର ଯାଞ୍ଚ ଓ ଜୁନ ୩ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ଜୁନ ୧୩ ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି।

Related story