ଘର ସହ ଜିଅନ୍ତା ଜଳିଗଲେ କିରାଣି

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ସଢ଼ା ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ସୁକଦେବ ମୁଣ୍ଡା। ସେ ଆନନ୍ଦପୁର ତହସିଲରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିଲେ। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୁକଦେବ […]

fire00

Tapaswini Nayak
  • Published: Monday, 28 October 2019
  • , Updated: 28 October 2019, 09:48 AM IST

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ସଢ଼ା ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ସୁକଦେବ ମୁଣ୍ଡା। ସେ ଆନନ୍ଦପୁର ତହସିଲରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିଲେ। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୁକଦେବ ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା।

Related story