ଖବର ସଂଗ୍ରହ କରି ଫେରୁଥିଲେ ୨ ସାମ୍ବାଦିକ, ପିଟି ଦେଲା ବୋଲେରୋ

ଫୁଲବାଣୀ(ତ୍ରିନାଥ ସାହୁ): ଖବର ସଂଗ୍ରହ କରିବାକୁ ଯାଇ ସନ୍ଧ୍ୟାରେ ଘରମୁହାଁ ହୋଇଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ଘରେ ପହଞ୍ଚିବା ପୂର୍ବରୁ ପିଟିଦେଲା ଏକ ବୋଲେରୋ । ଫଳରେ ବାଇକ୍‌ରେ ଯାଉଥିବା ୨ ୱେବ ସାମ୍ବାଦିକଙ୍କ ମଧ୍ୟରୁ ଜଣେ ଆଖି ବୁଜି ଦେଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।  ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଗ୍ରାମ ନିକଟରେ […]

journalist

journalist

Niharika Rout
  • Published: Wednesday, 02 November 2022
  • Updated: 02 November 2022, 10:24 AM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ଖବର ସଂଗ୍ରହ କରିବାକୁ ଯାଇ ସନ୍ଧ୍ୟାରେ ଘରମୁହାଁ ହୋଇଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ଘରେ ପହଞ୍ଚିବା ପୂର୍ବରୁ ପିଟିଦେଲା ଏକ ବୋଲେରୋ । ଫଳରେ ବାଇକ୍‌ରେ ଯାଉଥିବା ୨ ୱେବ ସାମ୍ବାଦିକଙ୍କ ମଧ୍ୟରୁ ଜଣେ ଆଖି ବୁଜି ଦେଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।  ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଗ୍ରାମ ନିକଟରେ ଘଟିଛି।

ମୃତ ୱେବ ସାମ୍ବାଦିକଙ୍କ ନାମ ବିକାଶ ମିଶ୍ର, ତାଙ୍କ ଘର ଫୁଲବାଣୀର ମାଷ୍ଟ୍ରପଡ଼ାରେ । ଆହତ ହୋଇଥିବା ସାମ୍ବାଦିକଙ୍କ ନାମ ବିକାଶ ଦିଗାଲ ଓ ତାଙ୍କ ଘର ଖଜୁରୀପଡ଼ାରେ । ସେ ଏବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

ଗତକାଲି  ବିକାଶ ମିଶ୍ର ଓ ବିକାଶ ଦିଗାଲ ଖବର ସଂଗ୍ରହ କରିବା ପାଇଁ ଖଜୁରୀପଡ଼ା ଅଞ୍ଚଳକୁ ଯାଇଥିଲେ । ସନ୍ଧ୍ୟା ସମୟରେ ସେମାନେ ବାଇକ୍‌ରେ ଫୁଲବାଣୀ ଅଭିମୁଖେ ଫେରୁଥିଲେ । ସମ୍ବେପଦର ଗ୍ରାମ ନିକଟ ରାସ୍ତାରେ ସେମାନଙ୍କ ବାଇକକୁ ଦୃତ ଗତିରେ ଯାଉଥିବା ଏକ ବୋଲେରୋ ଧକ୍କା ଦେଇଥିଲା। ଫଳରେ ସେମାନେ ବାଇକ୍‌ରୁ ଛିଟିକି ଦୂରରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବୋଲେରୋ ଚାଳକ ଗାଡ଼ି ସହ ଫେରାର ହୋଇ ଯାଇଥିଲେ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ କର୍ମଚାରୀ ଉଭୟଙ୍କୁ ରାସ୍ତାରୁ ଉଦ୍ଧାର କରି ଦମକଳ ଗାଡ଼ିରେ ଖଜୁରୀପଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ଉଭୟଙ୍କୁ  ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଫୁଲବାଣୀରେ ସାମ୍ବାଦିକ ବିକାଶ ମିଶ୍ରଙ୍କୁ  ଡାକ୍ତର  ମୃତ ଘୋଷଣା କରିଥିବା ବେଳେ ଆହତ ସାମ୍ବାଦିକ ବିକାଶ ଦିଗାଲଙ୍କ ଚିକିତ୍ସା ଜାରି ରଖିଛନ୍ତି । ଖଜୁରୀପଡ଼ା ଥାନା ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ଧକ୍କା ଦେଇଥିବା ବୋଲେରୋକୁ ଠାବ କରିବା ପାଇଁ ଚେଷ୍ଟା ଚଳାଇଛି। ଏହାକୁ ନେଇ ଫୁଲବାଣୀ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି !

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story