ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଗୌରୀଶଙ୍କର ଶତପଥୀ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଓଡ଼ିଶା ହାଇକୋର୍ଟ ପରିସରରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଏହି ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ ଶତପଥୀ ଓ ଜଷ୍ଟିସ ଦାଶ ଉଭୟ ଜୁଡିସିଆଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ
ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଶୁକ୍ରବାର ଦିନ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଆଉ ୪ କିମି ପରେ ଘରେ ପହଞ୍ଚି ଥାଆନ୍ତେ
ରାଜପୁର ଗାଁର ଦୀପକ ବିଷୋୟୀ ଆରଆଇ ପରୀକ୍ଷା ଦେବା ପାଇଁ ସ୍କୁଟିରେ ବ୍ରହ୍ମପୁର ଯାଇଥିଲେ। ପାରୀକ୍ଷା ଦେଇ ସନ୍ଧ୍ୟା ବେଳେ ଘରକୁ ଫେରୁଥିଲେ। ଆଉ ୪ କିମି ପରେ ଘରେ ପହଞ୍ଚିଥାଆନ୍ତେ।
Crime
‘ସୁଭଦ୍ରା’ ପାଇଁ ୫୦ ଟଙ୍କା ନେଇ ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ
‘ସୁଭଦ୍ରା’ ଫର୍ମ ପୂରଣ ସମ୍ପୂର୍ଣ୍ଣ ମାଗଣା। ଏନେଇ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ। ଏଥିସହ ଚେତାବନୀ ଦେଇଥିଲେ, ଯେଉଁମାନେ ‘ସୁଭଦ୍ରା’ ଯୋଜନା ଫର୍ମ ପୂରଣ ପାଇଁ ଟଙ୍କା ଆଦାୟ କରୁଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Crime
ଅଣ୍ଡା ପାଇଁ ଅଙ୍ଗନୱାଡ଼ି ଦିଦିଙ୍କୁ ଗଛରେ ବାନ୍ଧି ପିଟିଲେ ମହିଳା
ମହାପଦା ଗାଁର ଅଙ୍ଗନୱାଡି କର୍ମୀ ହେଉଛନ୍ତି ଉର୍ମିଳା ସାମଲ। ସେ ଛୋଟ ଛୁଅଙ୍କୁ ନିୟମିତ ଅଣ୍ଡା ଦେଉନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଗାଁର ମହିଳାମାନେ ତାତିକି ଥିଲେ। ଗତ ୧୯ ଡାରିଖରେ ଉର୍ମିଳା ଅଙ୍ଗନୱାଡି କେନ୍ଦ୍ର ଅଫିସ୍ କାମ କରୁଥିଲେ।
Crime
‘ମେଜରଙ୍କ ବାନ୍ଧବୀ ଆମକୁ ମିଡିଲ୍ ଫିଙ୍ଗର ଦେଖାଇବାରୁ ଝଗଡ଼ା ହୋଇଥିଲା’
ଆମେ ସମ୍ପୃକ୍ତ ମହିଳାଙ୍କୁ କୌଣସି ଶାରୀରିକ ଆଘାତ ବା ମାଡ଼ କରିନାହୁ ବୋଲି ଗିରଫ ହୋଇଥିବା ଛାତ୍ରମାନେ କହିଛନ୍ତି।
Miscellaneous
BMC ସିଟି ଇଞ୍ଜିନିୟରଙ୍କ ଅଫିସ୍ରେ ପରିସ୍ରା କଲେ ଲୋକେ; ପ୍ରମାଣ ମାଗିଲେ ମେୟର
ପରିସ୍ରା କରିବା ଘଟଣାକୁ ବିଏମ୍ସି ମେୟର ଖଣ୍ଡନ କରିଛନ୍ତି। ସେ ଓଲଟା ପରିସ୍ରା କରିବାର ଭିଡିଓ ମାଗୁଛନ୍ତି। ସେମାନେ ପରିସ୍ରା କରିନାହାନ୍ତି, କେବଳ ପାଣି ଢ଼ାଳିଛନ୍ତି। ସେମାନେ ସେମିତି କୌଣସି କାମ କରିନାହାନ୍ତି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।