ଓଡ଼ିଶା ହାଇକୋର୍ଟରେ ୨ ନୂଆ ବିଚାରପତି ଶପଥ ନେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଗୌରୀଶଙ୍କର ଶତପଥୀ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଓଡ଼ିଶା ହାଇକୋର୍ଟ ପରିସରରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଏହି ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ ଶତପଥୀ ଓ ଜଷ୍ଟିସ ଦାଶ ଉଭୟ ଜୁଡିସିଆଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ […]

Odisha High Court

Ordigital Desk
  • Published: Saturday, 13 August 2022
  • , Updated: 13 August 2022, 09:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଗୌରୀଶଙ୍କର ଶତପଥୀ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଓଡ଼ିଶା ହାଇକୋର୍ଟ ପରିସରରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଏହି ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ ଶତପଥୀ ଓ ଜଷ୍ଟିସ ଦାଶ ଉଭୟ ଜୁଡିସିଆଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ

ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଶୁକ୍ରବାର ଦିନ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।

Related story