ଜଷ୍ଟିସ୍‌ କେ.ଏସ୍‌. ଜାଭେରୀ ହୋଇପାରନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ୍‌ କେ.ଏସ୍‌. ଜାଭେରୀ ଓଡ଼ିଶା ହାଇକାର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍‌ ବିନୀତ ସରନ୍‌ଙ୍କୁ କଲେଜିୟମ୍‌, ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିଶ କରିଥିବାରୁ ତାଙ୍କ ସ୍ଥାନରେ କେ.ଏସ୍‌. ଜାଭେରୀ ଦାୟିତ୍ୱ ଗ୍ରହଣ କରିବେ। ଏନେଇ କଲେଜିୟମ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଛି। ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ଏହା ଉପରେ ମୋହର ମାରି ପାରନ୍ତି। କେ.ଏସ୍‌. ଜାଭେରୀ ବର୍ତ୍ତମାନ ଗୁଜରାଟ ହାଇକୋର୍ଟର […]

Justice-K-S-Jhaveri

Rakesh Mallick
  • Published: Friday, 20 July 2018
  • , Updated: 20 July 2018, 08:47 PM IST

ନୂଆଦିଲ୍ଲୀ: ଜଷ୍ଟିସ୍‌ କେ.ଏସ୍‌. ଜାଭେରୀ ଓଡ଼ିଶା ହାଇକାର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍‌ ବିନୀତ ସରନ୍‌ଙ୍କୁ କଲେଜିୟମ୍‌, ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିଶ କରିଥିବାରୁ ତାଙ୍କ ସ୍ଥାନରେ କେ.ଏସ୍‌. ଜାଭେରୀ ଦାୟିତ୍ୱ ଗ୍ରହଣ କରିବେ। ଏନେଇ କଲେଜିୟମ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଛି। ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ଏହା ଉପରେ ମୋହର ମାରି ପାରନ୍ତି। କେ.ଏସ୍‌. ଜାଭେରୀ ବର୍ତ୍ତମାନ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ସମସ୍ତ ଯୋଗ୍ୟତା ଓ ବରିଷ୍ଠତାକୁ ବିଚାରକୁ ନେଇ କଲେଜିୟମ୍‌ ଏଭଳି ସୁପାରିଶ୍ କରିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମ୍‌ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

Related story