କଟକ: କଟକର ସିଡିଏ ଅଞ୍ଚଳରୁ ବିଚାରପତି ଜଷ୍ଟିସ୍ ପିକେ ମହାନ୍ତିଙ୍କ ଘରୁ ଡକାୟତି ଘଟଣାରେ କମିଶନରେଟ୍ ପୋଲିସ୍ ତନାଘନା ଜାରି ରଖିଛି। ଏହି ହାଇପ୍ରୋଫାଇଲ୍ ଡକାୟତି ମାମଲାରେ ସଂପୃକ୍ତ ଗ୍ୟାଙ୍ଗକୁ କାଲି ଠାବ କରାଯାଇଥିବା ପୋଲିସ କମିଶନର ଆର. ପି. ଶର୍ମା ସୂଚନା ଦେଇଥିଲେ। ପୋଲିସ୍ ୪ ଜଣ ଡକାୟତଙ୍କୁ ଅଟକ ରଖି ପଚରାଉଚରା କରିଛି। ଏମାନଙ୍କ ସହ ଆଉ କିଏ କିଏ ସାମିଲ ଥିଲେ, ଏମାନେ କିଭଳି ଭାବେ ଜଷ୍ଟିସଙ୍କ ଘରୁ ଡକାୟତି ପାଇଁ ଯୋଜନା କରିଥିଲେ ଏବଂ ମାରଣାସ୍ତ୍ର କେଉଁଠୁ ଆଣିଥିଲେ ସେ ସମ୍ପର୍କରେ ଅଭିଯୁକ୍ତମାନଙ୍କୁ ଅଲଗା ଅଲଗା ଜେରା କରାଯାଇଛି। ସେମାନଙ୍କଠୁ ମିଳିଥିବା ତଥ୍ୟ ମୁତାବକ ପୋଳିସ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ମଧ୍ୟ ଜାରି ରହିଛି। ଏ ସମ୍ପର୍କରେ ଗତକାଲି ପୋଲିସ କମିଶନର ସୂଚନା ଦେଇଥିଲେ ବି ଅଭିଯୁକ୍ତଙ୍କୁ ଗଣମାଧ୍ୟମ ଆଗରେ ପେସ୍ କରାଯାଇ ନାହିଁ। ସେପଟେ ଏହି ଡକାୟତି ଏକ ସମ୍ୱେଦନଶୀଳ ଘଟଣା ହୋଇଥିବା ଏବଂ ଅଟକ ଅଭିଯୁକ୍ତମାନେ ଭେଟେରାନ୍ କ୍ରିମିନାଲ୍ ହୋଇଥିବାରୁ ପୁରା ଘଟଣାକ୍ରମର ପର୍ଦ୍ଦାଫ।ଶ କରିବାକୁ ଆଉ ଦିନେ ଦୁଇଦିନ ସମୟ ଲାଗିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅଫେରା ପଥରେ ଚାଲିଗଲେ ସମୀର ଦେ
ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ।
Guest Column
୨୦୩୬ ମସିହାର ଓଡ଼ିଶା କେଉଁଭଳି ହେବ?
ପ୍ରଦୂଷଣ ହେତୁ ଆଜି ଅଞ୍ଚଳରେ ଅନେକ ଲୋକ ଯକ୍ଷ୍ମା ବେମାରୀରେ ପଡିଛନ୍ତି। ଅନେକ ଏହିହେତୁ ମରିଯାଉଛନ୍ତି। ଚାଷ ଭଲ ହେଉ ନାହିଁ। ଚୂନ ଗୁଣ୍ଡ ପଡ଼ିବାରୁ କୌଣସି ଫସଲ ଭଲ ହେଉନାହିଁ। ପାଚିବା ପୂର୍ବରୁ ଫଳ ଝଡ଼ିଯାଉଛି। ଲୋକେ ଚଳିବେ ବା କେମିତି? ଅଞ୍ଚଳରେ ପାଣି ମଧ୍ୟ ଭଲରେ ମିଳୁନାହିଁ, ନା ପିଇବା ଲାଗି ନା ବ୍ୟବହାର ଲାଗି। ଘର ବାହାରକୁ ବାହାରିଲେ ମୁହଁ ଧଳା ଦେଖାଯାଉଛି।
Crime
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।