କବିସୂର୍ଯ୍ୟନଗର: ଗହଣା ଦୋକାନରୁ ଲୁଟ୍, ୨ ଗିରଫ

ଆସିକା: ଗଞ୍ଜ।ମ ଜିଲ୍ଲା କବିସୂର୍ଯ୍ୟନଗର ଗରୁଡ଼ାସାହି ସ୍ଥିତ ଓଁ ଶ୍ରୀଜୁଏଲର୍ସ ନାମକ ଏକ ଗହଣା ଦୋକାନରୁ ପ୍ରାୟ ୮ କିଲୋ ଓଜନର ସୁନା ଓ ରୂପାର ଗହଣା ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ପାଖାପାଖି ୬ଜଣ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ସହ ଆସି ଏହି ଦୋକାନରେ ପଶିଥିଲେ। ଏହି ସମୟରେ ଗହଣା ଦୋକାନର ମାଲିକଙ୍କ ସ୍ତ୍ରୀ ଏହି ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଯିବାରୁ ତାଙ୍କୁ ମାଡ଼ ମାରିବା ସହ ସେ ପିନ୍ଧିଥିବା ଗହଣାକୁ ନେଇଯାଇଥିଲେ। ପରେ ଦୋକାନରେ ଥିବା ସୁନା ଓ ଗହଣାକୁ ନେଇ ଘଟଣାସ୍ଥଳରୁ ଦୃର୍ବୃତ୍ତ ମାନେ ଫେରାର୍ ହୋଇଯାଇଥିଲେ। ଏହି ଘଟଣାରେ ପୋଲିସ ୬ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।