କଳାହାଣ୍ଡି: ଫେଲ୍ ମାରିଲା ସବୁ ଉଦ୍ୟମ, ଛତର୍ ଯାତ୍ରା ବେଳେ ବଳି ପଡ଼ିଲେ ଶତାଧିକ ପଶୁପକ୍ଷୀ

ଭବାନୀପାଟଣା: ଫେଲ୍ ମାରିଲା ପ୍ରଶାସନର ସବୁ ଉଦ୍ୟମ। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର୍ ଯାତ୍ରା ବେଳେ ଶତାଧିକ ପଶୁପକ୍ଷୀଙ୍କ ବଳି ପଡ଼ିଛି। ବଳିଯୋଗୁଁ ଭବାନୀପାଟଣାର ଜେନାଖୋଲାଠାରୁ ମାଣିକେଶ୍ୱରୀ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା ରକ୍ତରଞ୍ଚିତ ହୋଇଛି। ଅନ୍ୟପକ୍ଷରେ ଛତର ଯାତ୍ରା ପାଇଁ ଆଜି ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା ସହର। ମା’ଙ୍କ ବିଜୟ ପ୍ରତିମା ଛତର ଦର୍ଶନ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ଭବାନୀପାଟଣାକୁ। […]

bhabanipatana

Rakesh Mallick
  • Published: Wednesday, 21 October 2015
  • , Updated: 21 October 2015, 05:01 AM IST

ଭବାନୀପାଟଣା: ଫେଲ୍ ମାରିଲା ପ୍ରଶାସନର ସବୁ ଉଦ୍ୟମ। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର୍ ଯାତ୍ରା ବେଳେ ଶତାଧିକ ପଶୁପକ୍ଷୀଙ୍କ ବଳି ପଡ଼ିଛି। ବଳିଯୋଗୁଁ ଭବାନୀପାଟଣାର ଜେନାଖୋଲାଠାରୁ ମାଣିକେଶ୍ୱରୀ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା ରକ୍ତରଞ୍ଚିତ ହୋଇଛି।

ଅନ୍ୟପକ୍ଷରେ ଛତର ଯାତ୍ରା ପାଇଁ ଆଜି ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା ସହର। ମା'ଙ୍କ ବିଜୟ ପ୍ରତିମା ଛତର ଦର୍ଶନ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ଭବାନୀପାଟଣାକୁ। ବିଶ୍ୱାସ ଏବଂ ପରମ୍ପରାକୁ ଆଧାର କରି ଯାତ୍ରା ବେଳେ ବହୁ ସଂଖ୍ୟାରେ ପଶୁ ଓ ପକ୍ଷୀଙ୍କ ବଳି ପଡ଼ିଛି। ତେବେ ଛତର ଯାତ୍ରା ପାଇଁ ଜେନାଖାଲ ଠାରୁ ମାଣିକେଶ୍ୱରୀଙ୍କ ମନ୍ଦିର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Related story