ବିଭୂ ସାହୁଙ୍କ ପାଉଁଶର ବିଦେଶରେ ଚାହିଦା, ଜାଣନ୍ତୁ କେଉଁ କେଉଁ ଦେଶକୁ ଯାଉଛି   

ଭବାନୀପାଟଣା (ରାଜ କୁମାର ସିଂଦେଓ): ପାଉଁଶ ଏକ ବର୍ଜ୍ୟବସ୍ତୁ। ମିଲମାନଙ୍କରୁ ବାହାରୁଥିବା ବର୍ଜ୍ୟବସ୍ତୁ ପାଉଁଶ ଫିଙ୍ଗିବା ଖର୍ଚ୍ଚସାଧ୍ୟ। ଏହାକୁ ନେଇ ଅନେକ ସମୟରେ ସମସ୍ୟା ବି ଭୋଗିବାକୁ ପଡେ। ତେବେ ଅନ୍ୟମାନେ ଫୋପାଡି ଦେଉଥିବା ବେଳେ ସେହି ବର୍ଜ୍ୟବସ୍ତୁକୁ ନେଇ ଏବେ ରୋଜଗାରର ବାଟ ଖୋଲିଛନ୍ତି ଜଣେ ଯୁବ ଉଦ୍ୟୋଗୀ। ଯିଏ କି ପାଉଁଶକୁ ବିକ୍ରି କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏଭଳି ଜଣେ ନବଉଦ୍ୟୋଗୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ମ.ରାମପୁରର ବିଭୂ ସାହୁ। ରାଇସ୍‌ […]

bjkl

Tapas Behera
  • Published: Tuesday, 25 August 2020
  • , Updated: 25 August 2020, 09:54 PM IST

ଭବାନୀପାଟଣା (ରାଜ କୁମାର ସିଂଦେଓ): ପାଉଁଶ ଏକ ବର୍ଜ୍ୟବସ୍ତୁ। ମିଲମାନଙ୍କରୁ ବାହାରୁଥିବା ବର୍ଜ୍ୟବସ୍ତୁ ପାଉଁଶ ଫିଙ୍ଗିବା ଖର୍ଚ୍ଚସାଧ୍ୟ। ଏହାକୁ ନେଇ ଅନେକ ସମୟରେ ସମସ୍ୟା ବି ଭୋଗିବାକୁ ପଡେ। ତେବେ ଅନ୍ୟମାନେ ଫୋପାଡି ଦେଉଥିବା ବେଳେ ସେହି ବର୍ଜ୍ୟବସ୍ତୁକୁ ନେଇ ଏବେ ରୋଜଗାରର ବାଟ ଖୋଲିଛନ୍ତି ଜଣେ ଯୁବ ଉଦ୍ୟୋଗୀ। ଯିଏ କି ପାଉଁଶକୁ ବିକ୍ରି କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

ଏଭଳି ଜଣେ ନବଉଦ୍ୟୋଗୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ମ.ରାମପୁରର ବିଭୂ ସାହୁ। ରାଇସ୍‌ ମିଲ୍‌ରୁ ବାହାରୁଥିବା ଅଲୋଡା ପାଉଁଶକୁ ସାଧାରଣତଃ ଫିଙ୍ଗି ଦିଆଯାଇଥାଏ। ହେଲେ ତାହାକୁ ଆଲୁମିନିୟମ ଶିଳ୍ପର ଉପାଦାନ ଭାବେ ପ୍ରସ୍ତୁତ କରି ବିଦେଶକୁ ପଠାଉଛନ୍ତି ବିଭୂ। ଯାହା ଫଳରେ ପରିବେଶ ସୁରକ୍ଷିତ ରହୁଥିବାବେଳେ ଅର୍ଥ ଉପାର୍ଜନ ମଧ୍ୟ ସେ କରିପାରୁଛନ୍ତି ।

ଦିନେ ବିଭୂ ଶିକ୍ଷକତା କରୁଥିଲେ। କିନ୍ତୁ ସେ ଶିକ୍ଷକତା ଛାଡି ୨୦୦୭ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଚାଉଳ ବ୍ୟବସାୟ କରି ଏକ ରାଇସ୍‌ ମିଲ୍‌ ଆରମ୍ଭ କଲେ। ମିଲ୍‌ ଚାଲିଲା ସତ, ହେଲେ ସେଠାରୁ ବାହାରୁଥିବା ପାଉଁଶ ପାଇଁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। କେଉଁଠି ଫିଙ୍ଗିବେ ତାକୁ ନେଇ ସବୁବେଳେ ଚିନ୍ତା ବଢ଼ୁଥିଲା ।ପାଉଁଶକୁ ବାହାରେ ଫିଙ୍ଗା ଯାଉଥିବାରୁ କିଛି ଲୋକ ଏହାକୁ ବିରୋଧ କରୁଥିବା ବେଳେ ଯେଉଁଠି ପାଉଁଶ ପଡୁଥିଲା ତା’ ଆଖପାଖ ଜମିର ଗୁଣବତ୍ତା କ୍ରମଶଃ ଲୋପ ପାଇଯାଉଥିବା ଅଭିଯୋଗ ହେଉଥିଲା। ତେଣୁ ଚିନ୍ତାରେ ଥିଲେ ସେ।

ଲୋକଙ୍କ ଅଭିଯୋଗ ପାଇଁ ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବାର ବାଟ ଖୋଜିଲେ ବିଭୂ। ଦିନେ ସେ ଜାଣିବାକୁ ପାଇଲେ ଷ୍ଟିଲ୍‌ କମ୍ପାନୀ ଗୁଡିକରେ ତାହାର ବ୍ୟବହାର କରାଯାଇପାରିବ। ଏହାପରେ ପାଉଁଶକୁ ନେଇ ଆରମ୍ଭ ହେଲା ଆଉ ଏକ ନୂଆ ଉଦ୍ୟୋଗ। ହରିପ୍ରୀୟା ରିଫ୍ରାକ୍‌ଟୋରିଜ୍‌ ପ୍ରାଇଭେଟ୍‌ ଲିମିଟେଡ ନାମରେ ଏକ କମ୍ପାନୀ କଲେ। ସେଠାରେ କିଛି କର୍ମଚାରୀ ନିୟୋଜିତ କରି ପାଉଁଶରେ କେତେକ ରାସାୟନିକ ଦ୍ରବ୍ୟ ମିଶାଇ ଗୋଳାତିଆରି କରି ସେହି ପାଉଁଶ ଗୋଳାକୁ ପରବର୍ତ୍ତୀ ସମୟରେ ଷ୍ଟିଲ୍‌ କମ୍ପାନୀଗୁଡିକୁ ବିକ୍ରି କରିବା ଆରମ୍ଭ କଲେ। ଆଲୁମିନିୟମ୍‌ ଉତ୍ପାଦନ ସମୟରେ ଉତ୍ତାପଧାରଣ କ୍ଷମତା ବୃଦ୍ଧି କରିବା ପାଇଁ ଏହି ପାଉଁଶଗୋଳା ବ୍ୟବହାର କରାଯାଉଥିବା ସେ ପ୍ରକାଶ କରିଛନ୍ତି।

https://youtu.be/lKlIiAe95U8

ବିଭୁ ପ୍ରଥମେ ବିଶାଖାପାଟଣାସ୍ଥିତ ଏନ୍‌ଆର୍‌ଡିସି ସହାୟତାରେ ନିଜ ଉତ୍ପାଦର ପେଟେଣ୍ଟ କରାଇଥିଲେ। ପରେ ୨୦୧୮ ମସିହାରେ ପରୀକ୍ଷାମୂଳକ ଭାବରେ ଜର୍ମାନୀ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଇଜିପ୍ଟ, ଦକ୍ଷିଣ କୋରିଆ, ଓମାନ୍‌, ସାଉଦିଆରବକୁ ପଠାଇଥିଲେ। ସେଠାରୁ ଗ୍ରହଣୀୟତା ପାଇବା ପରେ ୨୦୧୯ ମସିହା ଜାନୁଆରୀ ୨୫ ତାରିଖରେ ସାଉଦିଆରବ, ତାଇୱାନ, ଇଜିପ୍ଟକୁ ବ୍ୟବସାୟିକ ଭିତ୍ତିରେ ପ୍ରଥମେ ମାଲ୍ ପଠାଯାଇଥିଲା। ବର୍ତ୍ତମାନ ଏହି ଉଦ୍ୟୋଗରେ ପ୍ରାୟ ୫୦ରୁ ଅଧିକ ଅଣକୁଶଳୀ ଶ୍ରମିକ, ୧୦ ଜଣ କୁଶଳୀ ଶ୍ରମିକ ନିଯୁକ୍ତି ପାଇଥିବା ବେଳେ ପରିଚାଳନା ପାଇଁ ୧୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କାମରେ ବିଭୂଙ୍କୁ ଷ୍ଟାଟ୍‌ ଅଫ୍‌ ଓଡିଶା, ଷ୍ଟାଟ୍ ଅଫ ଇଣ୍ଡିଆ, ଏନ୍‌ଆର୍‌ଡିସି ତଥା ଏମ୍‌ଏସ୍‌ଏମ୍‌ଇ ମଧ୍ୟ ବିଭିନ୍ନ ସମୟରେ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେଉଛି। କମ୍ପାନୀର ଏଭଳି ଏକ ପ୍ରକଳ୍ପ ପାଇଁ ଦିଲ୍ଲୀରେ ଓଡିଏ ପକ୍ଷରୁ ଯୁବଦ୍ୟୋଗୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ପାଉଁଶରୁ ତିଆରି ଛୋଟ ଛୋଟ ଗୋଳା ପ୍ରସ୍ତୁତ ଟେକ୍ନୋଲୋଜି ଓଡିଶାରେ ପ୍ରଥମ ଏବଂ ଏହାକୁ ସରକାରଙ୍କ ଜରିଆରେ ବ୍ୟାପକ କରାଗଲେ ପାଉଁଶର ଉପଯୋଗ ହେବା ସହ ଅନେକ ଯୁବକ ଏଥିରେ ସ୍ୱାବଲମ୍ବୀ ହୋଇ ଅର୍ଥ ଉପାର୍ଜନ କରିପାରିବେ ବୋଲି ପ୍ରକାଶ କରିଛନ୍ତି ବିଭୂ।

 

Related story