ଗିନିଜ୍ ବୁକ ଅଫ୍ ରେକର୍ଡସରେ ଓଡ଼ିଆ ପୁଅଙ୍କ କମାଲ

କଳାହାଣ୍ଡି: ଓଡିଆ ପୁଅ ସତ୍ୟପୀର ପ୍ରଧାନଙ୍କ ନାଁରେ ନୂଆ   ଗିନିଜ୍ ରେକର୍ଡ ।  ଏକ ମିନିଟରେ, ଗୋଟିଏ ହାତରେ ୩୯୩ ଫୁଲ୍ କଣ୍ଟାକ୍ଟ ପଞ୍ଚ୍ ଷ୍ଟ୍ରାଇକ୍ କରି ଏହି ରେକର୍ଡ କରିଛନ୍ତି କଳାହାଣ୍ଡିର ସତ୍ୟପୀର।  ଏଥିସହ ସେ ପାକିସ୍ତାନର ମହମ୍ମଦ ରସିଦଙ୍କ ରେକର୍ଡ ଭାଙ୍ଗିଛନ୍ତି। ରସିଦଙ୍କ ନାଁରେ ଏକ ମିନିଟ୍‌ରେ ୩୭୭ଟି ଫୁଲ୍ କଣ୍ଟାକ୍ଟ ପଞ୍ଚ୍‌ ଇନ୍ ଓ୍ୱାନ୍ ହ୍ୟାଣ୍ଡ ଷ୍ଟ୍ରାଇକ୍‌ ରେକର୍ଡ ଥିଲା । ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ ଗାଇଡଲାଇନ୍ ଅନୁସାରେ ଭୁବନେଶ୍ୱରରେ ଏହି ରେକର୍ଡ କରିଛନ୍ତି ସତ୍ୟପୀର।  ଏବେ ଗିନିଜ୍ ବୁକ୍ ଓ୍ୱାର୍ଲଡ ରେକର୍ଡ କର୍ତ୍ତୃପକ୍ଷଙ୍କ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ।