କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ନିଯୁକ୍ତି ପ୍ରସଙ୍ଗ: ଭକ୍ତଚରଣ ଦାସଙ୍କ ଅଭିଯୋଗକୁ ପିସିସି ସଭାପତିଙ୍କ ଖଣ୍ଡନ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଚୟନରେ ତାଙ୍କ ମତାମତ ନିଆଯାଇ ନ ଥିବା ଭକ୍ତଚରଣ ଦାସ କହିବା ପରେ ଦଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଜିଲ୍ଲା ସଭାପତି ଚୟନ ପୂର୍ବରୁ ପୂର୍ବତନ ସାଂସଦ, ବିଧାୟକ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଥିଲା। ଭକ୍ତଚରଣ ଦାସଙ୍କ ସହ ମଧ୍ୟ ଏ ନେଇ ଆଲୋଚନା କରାଯାଇଥିଲା। ଗଣମାଧ୍ୟମରେ ଏ ନେଇ ଯେଉଁ […]

preasad and bhakta

Rakesh Mallick
  • Published: Monday, 14 December 2015
  • , Updated: 14 December 2015, 02:23 PM IST

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଚୟନରେ ତାଙ୍କ ମତାମତ ନିଆଯାଇ ନ ଥିବା ଭକ୍ତଚରଣ ଦାସ କହିବା ପରେ ଦଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଜିଲ୍ଲା ସଭାପତି ଚୟନ ପୂର୍ବରୁ ପୂର୍ବତନ ସାଂସଦ, ବିଧାୟକ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଥିଲା। ଭକ୍ତଚରଣ ଦାସଙ୍କ ସହ ମଧ୍ୟ ଏ ନେଇ ଆଲୋଚନା କରାଯାଇଥିଲା। ଗଣମାଧ୍ୟମରେ ଏ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମୀଚିନ ନୁହେଁ ବୋଲି ସେ କହିଛନ୍ତି।

ଗୋବର୍ଦ୍ଧନ ଦାସଙ୍କୁ ଜିଲ୍ଲା ସଭାପତି କରାଯିବା ପୂର୍ବରୁ ସମସ୍ତଙ୍କ ଆଲୋଚନା କରାଯାଇଛି ବୋଲି ପ୍ରସାଦ କହିବା ସହ ଗଣମାଧ୍ୟମରେ ଏ ପ୍ରସଙ୍ଗ ଉଠାଇବା ଉଚିତ ହୋଇନାହିଁ ବୋଲି କହିଛନ୍ତି। ସେପଟେ ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଯୋଗଦେଇ ଭକ୍ତ କହିଛନ୍ତି ତାଙ୍କ ଉପରକୁ କାଦୁଅ ଫୋପଡା ଗଲେ ସେ ବରଦାସ୍ତ କରିବେ ନାହିଁ। ଆବଶ୍ୟକ ହେଲେ ଦଳରେ ଥାଇ ଆମରଣ ଅନଶନ କରିବି ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଜିଲ୍ଲାରେ କଂଗ୍ରେସକୁ ଦୁର୍ବଳ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଭକ୍ତଙ୍କ ଅଭିଯୋଗ ଉପରେ ବିଜେଡି ଉତ୍ତର ରଖିଛି। ବିଜେଡି ମୁଖପାତ୍ର କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଏପରି କହିବା ଦୁର୍ଭାଗ୍ୟପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାରରେ କେବେ ବି ହସ୍ତକ୍ଷେପ କରନ୍ତି ନାହିଁ।

ଗତକାଲି କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ନିଯୁକ୍ତିକୁ ନେଇ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ସହ ଆଲୋଚନା କରା ନ ଯାଇ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏପରି କରାଯାଇଛି। କଳାହାଣ୍ଡିରେ ସଂଗଠନକୁ ଦୁର୍ବଳ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭକ୍ତ ଅଭିଯୋଗ କରିଥିଲେ। କିଛିଦିନ ତଳେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ପ୍ରଦେଶ କଂଗ୍ରେସ କମିଟି ନିଯୁକ୍ତି ଦେଇଛନ୍ତି। ତାଙ୍କ ବିନା ପରାମର୍ଶରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ ନେଇ ସେ ପିସିସି ସଭାପତିଙ୍କୁ ଟାର୍ଗେଟ୍ କରିଥିଲେ।

Related story