କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗୋଲମୁଣ୍ଡା ବ୍ଲକ ପୁଟିଆଚୁରା ଗାଁର ହରିଷ ଗୁଆ ନିଜ ସ୍ତ୍ରୀ ବବିଙ୍କ ପ୍ରସବ ବେଦନା ପରେ ଗତ ୫ ତାରିଖରେ ଭର୍ତ୍ତି କରିଥିଲେ। ହେଲେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଦୁର୍ବ୍ୟବହାର ସହ ଚିକିତ୍ସାରେ ପ୍ରସୂତିଙ୍କୁ ଅବହେଳା କରିଥିବା ହୋଇଛି। ଏଥିଯୋଗୁଁ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଡ୍ୟୁଟିରେ ଥିବା ନର୍ସ ତାଙ୍କୁ ଟଙ୍କା […]

kalahandi

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 07:44 PM IST

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଗୋଲମୁଣ୍ଡା ବ୍ଲକ ପୁଟିଆଚୁରା ଗାଁର ହରିଷ ଗୁଆ ନିଜ ସ୍ତ୍ରୀ ବବିଙ୍କ ପ୍ରସବ ବେଦନା ପରେ ଗତ ୫ ତାରିଖରେ ଭର୍ତ୍ତି କରିଥିଲେ। ହେଲେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଦୁର୍ବ୍ୟବହାର ସହ ଚିକିତ୍ସାରେ ପ୍ରସୂତିଙ୍କୁ ଅବହେଳା କରିଥିବା ହୋଇଛି। ଏଥିଯୋଗୁଁ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଡ୍ୟୁଟିରେ ଥିବା ନର୍ସ ତାଙ୍କୁ ଟଙ୍କା ମାଗିଥିବା ପ୍ରସୂତିଙ୍କ ସ୍ୱାମୀ କହିଛନ୍ତି।

Related story