କଳାହାଣ୍ଡି:  ସର୍ଦ୍ଦାର ରାଜା ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଅନ୍ୟ କଲେଜକୁ ସ୍ଥାନାନ୍ତର ଲାଗି ଉଦ୍ୟମ  

କଳାହାଣ୍ଡି:  କଳାହାଣ୍ଡି ଜାରିଙ୍ଗ ସର୍ଦ୍ଦାର ରାଜା ମେଡିକାଲ କଲେଜର ଏମବିବିଏସ୍ ଛାତ୍ରଛାତ୍ରୀଙ୍କୁ କିଭଳି ରାଜ୍ୟର ଅନ୍ୟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ସେନେଇ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ମେଡିକାଲ କାଉନସିଲ ଅଫ ଇଣ୍ଡିଆ ବା ଏମସିଆଇ ନିକଟରେ କମିଟି ଏନେଇ ପ୍ରସ୍ତାବ ରଖିବ। ଗତକାଲି ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ନଗର ଉନ୍ନୟନ ମନ୍ତ୍ରୀ, କଳାହାଣ୍ଡିର ସମସ୍ତ ବିଧାୟକ […]

vlcsnap-2015-08-21-08h30m12s571

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 04:15 AM IST

କଳାହାଣ୍ଡି:  କଳାହାଣ୍ଡି ଜାରିଙ୍ଗ ସର୍ଦ୍ଦାର ରାଜା ମେଡିକାଲ କଲେଜର ଏମବିବିଏସ୍ ଛାତ୍ରଛାତ୍ରୀଙ୍କୁ କିଭଳି ରାଜ୍ୟର ଅନ୍ୟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ସେନେଇ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ମେଡିକାଲ କାଉନସିଲ ଅଫ ଇଣ୍ଡିଆ ବା ଏମସିଆଇ ନିକଟରେ କମିଟି ଏନେଇ ପ୍ରସ୍ତାବ ରଖିବ। ଗତକାଲି ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ନଗର ଉନ୍ନୟନ ମନ୍ତ୍ରୀ, କଳାହାଣ୍ଡିର ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ୨୦୧୩-୧୪ ଶିକ୍ଷା ବର୍ଷରେ ଏମସିଆଇର ଅନୁମୋଦନ ଲାଭ ପରେ ଏମବିବିଏସର ୧୦୦ ଜଣ  ଛାତ୍ର ଛାତ୍ରୀଙ୍କ ଆଡମିସନ ହୋଇଥିଲା। ମାତ୍ର ପରେ ଆବଶ୍ୟକୀୟ ଭିତ୍ତିଭୂମି ଅଭାବ ଦର୍ଶାଇ ଏମସିଆଇ ଏହି ଶିକ୍ଷାନୁଷ୍ଠାନକୁ ରିଜେକ୍ଟ କରିଦେଇଥିଲା।

Related story