କଳିଙ୍ଗ-ଲଙ୍କା ଫାଉଣ୍ଡେସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଦି କଳିଙ୍ଗା-ଇଣ୍ଡୋନେସିଆ ଡାଇଲଗ୍‌’

ଭୁବନେଶ୍ୱର: ଓଡ଼ିଶା ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ନିବିଡ଼ ସଂପର୍କକୁ ଆଉ ପାଦେ ଆଗକୁ ବଢ଼ାଇବାକୁ ପ୍ରୟାସ। ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି, ଜିଡିପି ଗ୍ରୋଥ ଏବଂ ସାମାଜିକ ସଂପର୍କକୁ ସମୃଦ୍ଧ କରିବା ଲକ୍ଷ୍ୟରେ ଓଡ଼ିଶାକୁ ସହାୟତା କରିବ ଇଣ୍ଡୋନେସିଆ। ଏ ନେଇ କଳିଙ୍ଗ-ଲଙ୍କା ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଦି କଳିଙ୍ଗା-ଇଣ୍ଡୋନେସିଆ ଡାଇଲଗ୍‌’ର ଆୟୋଜନ କରାଯାଉଛି। ପ୍ରାୟ ୨ ହଜାର ବର୍ଷ ପୂର୍ବରୁ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ଓ ବାଣିଜ୍ୟିକ ସଂପର୍କ ରହିଥିଲା। […]

the-kalinga-lanka

Rakesh Mallick
  • Published: Saturday, 12 November 2016
  • , Updated: 12 November 2016, 03:07 PM IST

ଭୁବନେଶ୍ୱର: ଓଡ଼ିଶା ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ନିବିଡ଼ ସଂପର୍କକୁ ଆଉ ପାଦେ ଆଗକୁ ବଢ଼ାଇବାକୁ ପ୍ରୟାସ। ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି, ଜିଡିପି ଗ୍ରୋଥ ଏବଂ ସାମାଜିକ ସଂପର୍କକୁ ସମୃଦ୍ଧ କରିବା ଲକ୍ଷ୍ୟରେ ଓଡ଼ିଶାକୁ ସହାୟତା କରିବ ଇଣ୍ଡୋନେସିଆ। ଏ ନେଇ କଳିଙ୍ଗ-ଲଙ୍କା ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଦି କଳିଙ୍ଗା-ଇଣ୍ଡୋନେସିଆ ଡାଇଲଗ୍‌’ର ଆୟୋଜନ କରାଯାଉଛି। ପ୍ରାୟ ୨ ହଜାର ବର୍ଷ ପୂର୍ବରୁ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ଓ ବାଣିଜ୍ୟିକ ସଂପର୍କ ରହିଥିଲା। ବର୍ତ୍ତମାନ ଏହି ସଂପର୍କକୁ ଆଧାର କରି ଓଡ଼ିଶାରେ ପୁଞ୍ଜି ନିବେଶ କ୍ଷେତ୍ରରେ ଆଗକୁ କିଭଳି ସହାୟକ ହେବ ସେ ନେଇ ଏଥିରେ ଆଲୋଚନା କରାଯିବ। ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍‌.ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେବେ।

ସେହିପରି ୧୫ ଏବଂ ୧୬ ତାରିଖରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ ନୂଆଦିଲ୍ଲୀରେ ଥିବା ଇଣ୍ଡୋନେସିଆ ରାଷ୍ଟ୍ରଦୂତଙ୍କ ସମେତ ୧୦ ଜଣ ଐତିହାସିକ ଏବଂ ଗବେଷକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଓଡ଼ିଶାର ସାଧବ ପୁଅ ସମୁଦ୍ର ପାର ହୋଇ ଯେଉଁ ବାଣିଜ୍ୟ ସଂପର୍କ ପ୍ରତିଷ୍ଠା କରିଥିଲେ ସେହି ସଂପର୍କକୁ ଉଜ୍ଜୀବିତ ରଖିବାକୁ ଏବେ ପ୍ରୟାସ ଆରମ୍ଭ ହୋଇଛି। ବିଶେଷକରି ଖଣି, ଶିଳ୍ପ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା, ପରିବହନ, ବନ୍ଦର ସାହାଯ୍ୟରେ ଇଣ୍ଡୋନେସିଆ ସହ ବାଣିଜ୍ୟ ସମ୍ପର୍କ ବୃଦ୍ଧି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Related story