କଳିଙ୍ଗ ଷ୍ଟୁଡିଓ ଜମି କାହାକୁ ଦିଆଯିବନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ କରିବା ନେଇ କ୍ରୀଡ଼ା ସଚିବ, ସାଧାରଣ ପ୍ରଶାସନ ବିଭାଗକୁ ପ୍ରସ୍ତାବ ପଠାଇଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଚଳଚ୍ଚିତ୍ର ସହିତ ଜଡ଼ିତ ଥିବା ବ୍ୟକ୍ତିମାନେ କ୍ରୀଡ଼ା ସଚିବଙ୍କ ଏପରି ପ୍ରସ୍ତାବକୁ ବିରୋଧ କରିଥିବା ବେଳେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି-“କଳିଙ୍ଗ ଷ୍ଟୁଡିଓ ହେଉଛି ଆମ ରାଜ୍ୟର ଐତିହ୍ୟ। ଏହା ହେଉଛି ଫିଲ୍ମ ଡେଭଲପ୍‌ମେଣ୍ଟର ମୁଖ୍ୟ କାର୍ଯ୍ୟ […]

kalinga-studio in bbsr

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 06:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ କରିବା ନେଇ କ୍ରୀଡ଼ା ସଚିବ, ସାଧାରଣ ପ୍ରଶାସନ ବିଭାଗକୁ ପ୍ରସ୍ତାବ ପଠାଇଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଚଳଚ୍ଚିତ୍ର ସହିତ ଜଡ଼ିତ ଥିବା ବ୍ୟକ୍ତିମାନେ କ୍ରୀଡ଼ା ସଚିବଙ୍କ ଏପରି ପ୍ରସ୍ତାବକୁ ବିରୋଧ କରିଥିବା ବେଳେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି-“କଳିଙ୍ଗ ଷ୍ଟୁଡିଓ ହେଉଛି ଆମ ରାଜ୍ୟର ଐତିହ୍ୟ। ଏହା ହେଉଛି ଫିଲ୍ମ ଡେଭଲପ୍‌ମେଣ୍ଟର ମୁଖ୍ୟ କାର୍ଯ୍ୟ ପରିସର। କୌଣସି ପରିସ୍ଥିତିରେ କ୍ରୀଡ଼ା ବିଭାର ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିବେ ନାହିଁ। କିଏ କେଉଁ ବିଭାଗକୁ ଚିଠି ଲେଖୁଛି, ତାହା ଉପରେ ବେଶୀ କିଛି ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ।”

ସେ କହିଛନ୍ତି-“କଳିଙ୍ଗ ଷ୍ଟୁଡିଓର ଉନ୍ନତିକରଣ ପାଇଁ ୨୦୦ କୋଟି ଟଙ୍କା ଦିଆଯାଇଛି। ସେହି ଅର୍ଥରେ ଷ୍ଟୁଡିଓରେ ଉନ୍ନତିକରଣ ଓ ଏକ ଭିଲେଜ ନିର୍ମାଣ କରାଯିବ। ଏହାର ନିର୍ମାଣ ଦାୟିତ୍ୱ ଇଡ୍‌କୋକୁ ଦିଆଯାଇଛି। ଏପରି ସ୍ଥଳେ କଳିଙ୍ଗ ଷ୍ଟୁଡ଼ିଓକୁ ଅନ୍ୟ କାହାକୁ ଦିଆଯିବ କାହିଁକି? ତେଣୁ ଯେଉଁ ଖବର ପ୍ରକାଶ ପାଇଛି, ତାହାର କିଛି ସତ୍ୟତା ନାହିଁ। ଆଗାମୀ ଦିନରେ କଳିଙ୍ଗ ଷ୍ଟୁଡ଼ିଓର ଆହୁରି ଉନ୍ନତି କରଣ କରାଯିବ। ଯେମିତି ଅନ୍ୟ ରାଜ୍ୟର ପ୍ରଯୋଜକମାନେ ଏଠାକୁ ଆସି ଫିଲ୍ମ ସୁଟିଂ କରିବେ। କ୍ରୀଡ଼ା ସଚିବ ଯେଉଁ ଚିଠି ପ୍ରଦାନ କରିଛନ୍ତି, ତାକୁ ରାଜ୍ୟ ସରକାର କେବେ ହେଲେ ଗ୍ରହଣ କରିବେ ନାହିଁ। ଖେଳର ବିକାଶ କରିବା ଅର୍ଥ ନୁହେଁ ଅନ୍ୟ କିଛିକୁ ବନ୍ଦ କରିବା। ଖେଳର ବିକାଶ କରିବା ପାଇଁ ବହୁ ପଡ଼ିଆ ରହିଛି। ଚାହିଁଲେ ବହୁ ପଡ଼ିଆ ତିଆରି କରାଯାଇପାରିବ। ତେଣୁ କୌଣସି ପରିସ୍ଥିତିରେ ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡିଓକୁ ଅନ୍ୟକୁ ହସ୍ତାନ୍ତର କରିବା ପାଇଁ ଚିନ୍ତା କରିନାହାଁନ୍ତି।”

Related story