ଇସ୍ତଫା ପରେ ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଯୁବ ଜନତା ଦଳ କାର୍ଯ୍ୟକର୍ତ୍ତା ଚୟନକୁ ନେଇ ପ୍ରଶ୍ନ ଉଠାଇବା ମହଙ୍ଗା ପଡ଼ିଲା। ପ୍ରଥମେ  ଇସ୍ତଫା ଦେବା ପରେ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ଯୁବ ନେତା କଳ୍ପତରୁ ଓଝା । କଳ୍ପତରୁ କରିଥିବା ଅଭିଯୋଗ ଅନୁଯାୟୀ, ଅନଭିଜ୍ଞ ଓ ଦୁର୍ନୀତିରେ ସଂପୃକ୍ତ ଥିବା ଲୋକଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ୧୬ ବର୍ଷ ଧରି ଦଳ ସହ କାମ କରିବା ପରେ ବି ତାଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ […]

kalpataru

Niharika Rout
  • Published: Monday, 28 September 2020
  • , Updated: 28 September 2020, 02:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଯୁବ ଜନତା ଦଳ କାର୍ଯ୍ୟକର୍ତ୍ତା ଚୟନକୁ ନେଇ ପ୍ରଶ୍ନ ଉଠାଇବା ମହଙ୍ଗା ପଡ଼ିଲା। ପ୍ରଥମେ  ଇସ୍ତଫା ଦେବା ପରେ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ଯୁବ ନେତା କଳ୍ପତରୁ ଓଝା ।

କଳ୍ପତରୁ କରିଥିବା ଅଭିଯୋଗ ଅନୁଯାୟୀ, ଅନଭିଜ୍ଞ ଓ ଦୁର୍ନୀତିରେ ସଂପୃକ୍ତ ଥିବା ଲୋକଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ୧୬ ବର୍ଷ ଧରି ଦଳ ସହ କାମ କରିବା ପରେ ବି ତାଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରିଛନ୍ତି । ତେବେ କଳ୍ପତରୁ ଇସ୍ତଫା ଦେବାର କିଛି ସମୟ ଭିତରେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଦଳ ବିରୋଧୀ କାମ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ। କଳ୍ପତରୁଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟକଳାପ ନେଇ ପୂର୍ବରୁ ଅଭିଯୋଗ ଥିବା ସେ କହିଛନ୍ତି ।

ଗତ ସପ୍ତାହରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିଭିନ୍ନ ପଦ ପଦବୀ ବଣ୍ଟା ଯାଇଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି କଳ୍ପତରୁ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

 

 

Related story