କଲ୍ୟାଣସିଂହପୁରର ପାହାଡ଼ ଭୂସ୍ଖଳନ ଓ ଅତଡ଼ା ଖସୁଥିବା ସ୍ଥାନରେ ତଦନ୍ତ କଲେ ଭୂତତ୍ତ୍ୱବିତ ଟିମ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଭୂସ୍ଖଳନ ଓ ଅତଡ଼ା ଖସିବା ସ୍ଥାନକୁ ଏକ ଭୂତତ୍ତ୍ୱବିତ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟିମ ସହ ସ୍ଥାନୀୟ ତହସିଲଦାର ଓ ବିଡିଓ ଉପସ୍ଥିତ ତଇଲେ। କୁପୁକୁଚ୍ଚାମାଳୀ ଉପରୁ ଭୂସ୍ଖଳନ ହେବା ସହ ଅତଡ଼ା ଖସୁଥିବାରୁ ନିକଟବିର୍ତ୍ତି ଗାଁର ଲୋକେ ଆତଙ୍କିତ ହୋଇପଡିଛନ୍ତି। ପାହାଡ଼ ନିକଟରେ ଅନେକ ଗାଁ ରହିଥିବା ବେଳେ ଆଦିବାସୀମାନେ ପଢୁଚାଷ କରିଛନ୍ତି। ପଥର ଅତଡା ଖସି ବହୁଳ ଭାବେ ଚାଷ କ୍ଷତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ […]

kalyanashingpur

Rakesh Mallick
  • Published: Tuesday, 27 October 2015
  • , Updated: 27 October 2015, 09:52 AM IST

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଭୂସ୍ଖଳନ ଓ ଅତଡ଼ା ଖସିବା ସ୍ଥାନକୁ ଏକ ଭୂତତ୍ତ୍ୱବିତ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟିମ ସହ ସ୍ଥାନୀୟ ତହସିଲଦାର ଓ ବିଡିଓ ଉପସ୍ଥିତ ତଇଲେ। କୁପୁକୁଚ୍ଚାମାଳୀ ଉପରୁ ଭୂସ୍ଖଳନ ହେବା ସହ ଅତଡ଼ା ଖସୁଥିବାରୁ ନିକଟବିର୍ତ୍ତି ଗାଁର ଲୋକେ ଆତଙ୍କିତ ହୋଇପଡିଛନ୍ତି। ପାହାଡ଼ ନିକଟରେ ଅନେକ ଗାଁ ରହିଥିବା ବେଳେ ଆଦିବାସୀମାନେ ପଢୁଚାଷ କରିଛନ୍ତି। ପଥର ଅତଡା ଖସି ବହୁଳ ଭାବେ ଚାଷ କ୍ଷତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ କୁପୁକୁଚ୍ଚାମାଲୀରେ ଭୁସ୍କଳନ ସ୍ଥାନରେ କୋରାପୁଟ ସ୍ଥିତ ଭୂତତ୍ତ୍ୱବିତ ଉପନିର୍ଦ୍ଦେଶକ ଭବାନୀ ଶଙ୍କର ରାଉତ ଗତକାଲି ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଏହାସହ ପାହାଡ଼ରୁ ଖସୁଥିବା ଅତଡ଼ାକୁ ସଂଗ୍ରହ କରି ପରୀକ୍ଷା ଲାଗି ନେଇଛନ୍ତି। ପାହାଡ ଓ ଏହାର ପାଦଦେଶରେ ସିଂଘାପଟା, ସିଂଘାମୁଇଁ, ଖମ୍ୱେକଣା, ଅଜୟଗଡ ଓ ଲଣ୍ତାବାଲି ଆଦି ୫ଟି ଗାଁର ଲୋକେ ପୋଡୁଚାଷ କରିଥିଲେ। ତେବେ ଭୂସ୍ଖଳନ ଯୋଗୁଁ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବନମାଳି କାଡ୍ରାକା ନାମକ ଜଣେ ଗ୍ରାମବାସୀ କହିଛନ୍ତି। ସେହିପରି ପଥର ଖସୁଥିବା ସ୍ଥାନକୁ ନ ଲୋକଙ୍କୁ ନ ଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଭୂସ୍ଖଳନ ଅଧିକ ହେଲେ ଗାଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି କଲ୍ୟାଣସିଂହପୁର ତହସିଲଦାର ଗୌରଚନ୍ଦ୍ର ପଟ୍ଟନାୟକ କହିଛନ୍ତି।

Related story