କଲ୍ୟାଣସିଂହପୁରରେ ବନ୍ୟା ସ୍ଥିତି ଗମ୍ଭୀର: ୩ରୁ ୪ ଦିନ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ

ଭୁବନେଶ୍ୱର: କଲ୍ୟାଣସିଂହପୁର ବନ୍ୟା ସ୍ଥିତି ନେଇ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ହୋଇଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା ନେଇ ଉନ୍ନୟନ କମିଶନର ସୂଚନା ଦେଇଛନ୍ତି। ସମନ୍ୱୟ ପାଇଁ ସବୁ ଅଧିକାରୀଙ୍କୁ ନେଇ ହ୍ୱାଟ୍ସଅପ୍ ଗ୍ରୁପ୍ କରାଯାଇଛି। ଦୁର୍ଗତଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉ ଥିବା ବୈଠକରେ କୁହାଯାଇଛି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ କଲ୍ୟାଣସିଂହପୁରର ସବୁ ସ୍କୁଲ ବନ୍ଦ ରହିବ। ଏଥିସହ ଆଶ୍ରମ ସ୍କୁଲରେ ପାଠପଢ଼ା ବନ୍ଦ ଓ ହଷ୍ଟେଲ ଖୋଲା ରହିବ। ସବୁ […]

flood1

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 06:59 PM IST

ଭୁବନେଶ୍ୱର: କଲ୍ୟାଣସିଂହପୁର ବନ୍ୟା ସ୍ଥିତି ନେଇ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ହୋଇଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା ନେଇ ଉନ୍ନୟନ କମିଶନର ସୂଚନା ଦେଇଛନ୍ତି। ସମନ୍ୱୟ ପାଇଁ ସବୁ ଅଧିକାରୀଙ୍କୁ ନେଇ ହ୍ୱାଟ୍ସଅପ୍ ଗ୍ରୁପ୍ କରାଯାଇଛି। ଦୁର୍ଗତଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉ ଥିବା ବୈଠକରେ କୁହାଯାଇଛି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ କଲ୍ୟାଣସିଂହପୁରର ସବୁ ସ୍କୁଲ ବନ୍ଦ ରହିବ। ଏଥିସହ ଆଶ୍ରମ ସ୍କୁଲରେ ପାଠପଢ଼ା ବନ୍ଦ ଓ ହଷ୍ଟେଲ ଖୋଲା ରହିବ। ସବୁ ଅଧିକାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ଆବଶ୍ରକ ସ୍ଥଳେ ଆମ୍ବୁଲାନ୍ସ ପହଞ୍ଚିବାର ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଔଷଧ ମହଜୁଦ ଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ଏମ୍‌ଓ ଓ ଏଡିଏମ୍‌ଓଙ୍କ ନେତୃତ୍ୱରେ ୨ଟି ଟିମ୍ କଲୃଣସିଂହପୁର ଗସ୍ତ କରି ବ୍ୟବସ୍ଥା ତଦାରଖ କରୁଛନ୍ତି। ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବି ରାୟଗଡ଼ା ଯାଇଛନ୍ତି। ଛାତ ଉପରୁ ୧୨ ଓ ଗଛରେ ଥିବା ୨ ଜଣଙ୍କୁ ଉଦ୍ଧାର କରାଯାଇଛି।

Related story