ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ଶିକାର କରୁଥିଲେ, ଧରାପଡ଼ିଗଲେ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଘଞ୍ଚ ଜଙ୍ଗଲରେ ବିଦ୍ୟୁତ ତାର ବିଛାଉଥିଲେ। ଆଉ ସେହି ବିଦ୍ୟୁତ ତାରରେ ଜିନ୍ତୁମାନେ ପଡ଼ିଗଲା ପରେ ଶକିରୀମାନେ ଶିକାର କରୁଥିଲେ। ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି ଢେଙ୍କାନାଳ ବନଖଣ୍ଡ। ଏହି ଘଟଣାରେ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି। କିଛି ଦିନ ତଳେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ପଥରଖମ୍ବ ଗାଁରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ଏହି ମାମଲାକୁ ନେଇ ଆକ୍ସନ ମୋଡ୍‌କୁ ଆସିଥିଲେ ରେଞ୍ଜର ବିଭୂଦାନନ୍ଦ ମିଶ୍ର। ଡିଏଫ୍‌ଓଙ୍କ […]

kamakhayanager

kamakhayanager

Manoranjan Sial
  • Published: Saturday, 10 October 2020
  • Updated: 10 October 2020, 06:28 PM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): ଘଞ୍ଚ ଜଙ୍ଗଲରେ ବିଦ୍ୟୁତ ତାର ବିଛାଉଥିଲେ। ଆଉ ସେହି ବିଦ୍ୟୁତ ତାରରେ ଜିନ୍ତୁମାନେ ପଡ଼ିଗଲା ପରେ ଶକିରୀମାନେ ଶିକାର କରୁଥିଲେ। ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି ଢେଙ୍କାନାଳ ବନଖଣ୍ଡ। ଏହି ଘଟଣାରେ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି।

କିଛି ଦିନ ତଳେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ପଥରଖମ୍ବ ଗାଁରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ଏହି ମାମଲାକୁ ନେଇ ଆକ୍ସନ ମୋଡ୍‌କୁ ଆସିଥିଲେ ରେଞ୍ଜର ବିଭୂଦାନନ୍ଦ ମିଶ୍ର। ଡିଏଫ୍‌ଓଙ୍କ ନିର୍ଦ୍ଦେଶକ୍ରମେ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଙ୍କିଳି ସଂରକ୍ଷିତ ଜଙ୍ଗଲରୁ ଆଜି ୨ ଜଣ ଶିକାରୀକୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବାରହା ମାଂସ ଜବତ କରିଛି ବନବିଭାଗ। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପରଜଙ୍ଗ ଥାନା ସାଆନ୍ଦା ଗାଁ କେଞ୍ଚୁଡି ମୁଣ୍ଡାସାହିର ଭାସ୍କର ତିରିଆ ଓ ଡବି ତିରିଆ।

ଦୀର୍ଘଦିନ ହେବ ଶିକାରୀମାନେ ଜଙ୍ଗଲରେ ୧୧ କେଭି ବିଦ୍ୟୁତ ବିଛାଇ ଜନ୍ତୁ ଶିକାର କରୁଥିଲେ। ପଶ୍ଚିମାଞ୍ଚଳ ରେଞ୍ଜର ବିଭୂଦାନନ୍ଦ ମିଶ୍ର ଶିକାରୀମାନଙ୍କୁ ଧରିବା ପରେ ପୂରା ଘଟଣା ପଦାକୁ ଆସିଥିଲା। ଆଜି ସକାଳେ ଫରେଷ୍ଟର ଚନ୍ଦ୍ରଶେଖର ବେହେରା ନିଜ କର୍ମଚାରୀଙ୍କ ସହ ମିଶି କଙ୍କିଳି ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କ କୋଭିଡ୍‌ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos