କମଳା ପୂଜାରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଜୟପୁର (ଟି.ଗୌରୀଶଙ୍କର): ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତଚାପ ବଢ଼ି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

kamala21କମଳାଙ୍କୁ ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଜି ବି ସେଠାରେ ଅଛନ୍ତି।

ଚଳିତବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ଗତକାଲି ନାଁ ଘୋଷଣା କରାଯାଇଥିଲା। ଏଥିରେ କମଳାଙ୍କ ନାଁ ବି ରହିଛି। କୃଷିକ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ।

କମଳାଙ୍କ ସହିତ ଆଉ ଦୁଇ ଜଣ ଓଡ଼ିଆ ଦୈତାରୀ ନାୟକ ଓ ଡି.ପ୍ରକାଶ ରାଓଙ୍କୁ ବି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ବିଶିଷ୍ଟ ଲେଖିତା ଗୀତା ମେହେଟାଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ଦେବା ଲାଗି ଘୋଷଣା କରାଯାଇଛି। ଆମେରିକାରେ ରହୁଥିବା ଗୀତାଙ୍କୁ ପ୍ରବାସୀ ଭାରତୀୟ ଭାବେ ଏହି ପୁରସ୍କାର ଦିଆଯାଇଥାଆନ୍ତା। ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ପାଇଁ ମନୋନୀତ କରାଯାଇଥିଲା। ତେବେ ସେ ଏହି ସମ୍ମାନ ଗ୍ରହଣ କରିବାକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି।