ଭୁବନେଶ୍ୱର: ଏମ୍ସ ପ୍ରାଇଭେଟ ୱାର୍ଡରେ ଭଡା କମିଲା। ଏଠାରେ ଏବେ ୨ ହଜାର ସ୍ଥାନରେ ଏଣିକି ୧ ହଜାର ଟଙ୍କା ଦେବାକୁ ହେବ। ସେହିପରି ଏଠାରେ ରୋଗୀ ସଂଖ୍ୟା ଦିନକୁ ୧୨ଶହରୁ ୧୭ ଶହକୁ ବୃଦ୍ଧି ପାଇଛି।
ଆଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟିବାପରେ ଏହି ସୂଚନା ଦେଇଛନ୍ତି ଏମ୍ସର ନିଦେ୍ର୍ଧଶକ ଅଶୋକ ମହାପାତ୍ର। ଏମ୍ସରେ ଖୁବଶୀଘ୍ର ୟୋଲେ ଫିଭର ଭାକ୍ସିନ୍ ସେଣ୍ଟର ଖୋଲିବ ବୋଲି ସେ କହିଛନ୍ତି । ଦେଶର ୧୧ଟି ସ୍ଥାନରେ ଏହି ସେଣ୍ଟର ଅଛି।
ଯୋଗ ଥେରାପି ପାଇଁ ଯୋଗସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହୋଇଥିବା ନିଦେ୍ର୍ଧଶକ ସୂଚନା ଦେଇଛନ୍ତି। ତେବେ ଏବେ ବିଛଇ ସମସ୍ୟା ରହିଛି ଓ ଏହା ଧୀରେ ଧୀରେ ଦୂର ହେଉଛି ବୋଲି ସେ ସୂଚନା ଦେଇଛନ୍ତି।