କୋଣାର୍କ:  ବାନା ବାବାଙ୍କ ଆଶ୍ରମକୁ ଆଜି ରାତି ସୁଦ୍ଧା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ

କୋଣାର୍କ:  କୋଣାର୍କ-କାକଟପୁର ରାସ୍ତା ଦର୍ଶନିବନ୍ତ ଉପରେ ଥିବା ବାନା ବାବାଙ୍କ ଆଶ୍ରମକୁ ଆଜି ରାତି ସୁଦ୍ଧା ଖାଲି କରିବାକୁ ଡେଡଲାଇନ୍ ଦେଇଛି ପ୍ରଶାସନ। ସରକାରୀ ଜମି, ଅଭୟାରଣ୍ୟ ଜମି ଜବରଦଖଲ କରି ଆଶ୍ରମ ନିର୍ମାଣ ହୋଇଥିବା ଅଭିଯୋଗ ଆସିବାରୁ ଆଜି ବନବିଭାଗ ପକ୍ଷରୁ ପୁଣି ଜମିର ମାପଚୁପ କରାଯାଇଛି। ଆଶ୍ରମର ବାନା ବାବା, ସ୍ଥାନୀୟ ଗୋଧନପଡ଼ା ଲୋକଙ୍କ ସ୍ଥିତିବାନ ଜମି, ସରକାରୀ ଅନାବାଦୀ, ଗୋଚର, ଶ୍ମଶାନ ଜମି ଓ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଜମିକୁ ଜବରଦଖଲ କରି […]

bana baba

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 09:00 AM IST

କୋଣାର୍କ:  କୋଣାର୍କ-କାକଟପୁର ରାସ୍ତା ଦର୍ଶନିବନ୍ତ ଉପରେ ଥିବା ବାନା ବାବାଙ୍କ ଆଶ୍ରମକୁ ଆଜି ରାତି ସୁଦ୍ଧା ଖାଲି କରିବାକୁ ଡେଡଲାଇନ୍ ଦେଇଛି ପ୍ରଶାସନ। ସରକାରୀ ଜମି, ଅଭୟାରଣ୍ୟ ଜମି ଜବରଦଖଲ କରି ଆଶ୍ରମ ନିର୍ମାଣ ହୋଇଥିବା ଅଭିଯୋଗ ଆସିବାରୁ ଆଜି ବନବିଭାଗ ପକ୍ଷରୁ ପୁଣି ଜମିର ମାପଚୁପ କରାଯାଇଛି। ଆଶ୍ରମର ବାନା ବାବା, ସ୍ଥାନୀୟ ଗୋଧନପଡ଼ା ଲୋକଙ୍କ ସ୍ଥିତିବାନ ଜମି, ସରକାରୀ ଅନାବାଦୀ, ଗୋଚର, ଶ୍ମଶାନ ଜମି ଓ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଜମିକୁ ଜବରଦଖଲ କରି ଏକ ବିରାଟ ଅଟ୍ଟାଳିକା ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଆଜି ବନବିଭାଗ ଓ କାକଟପୁର ତହସିଲଦାରଙ୍କ ନେତୃତ୍ୱରେ ବିବାଦୀୟ ଜମିର ମାପଚୁପ କରାଯାଇଛି। ବନ ବିଭାଗର ଜବରଦଖଲ ହୋଇଥିବା ୧୫ଏକର ଜମିକୁ ରାଜସ୍ୱ ବିଭାଗ ମାପ କରିଛି। ଆଶ୍ରମ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଉଭୟ ବିଭାଗ ପକ୍ଷରୁ କୁହାଯାଇଛି। ମାପଚୁପ ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଥିଲା।

Related story