କନ୍ଧମାଳ ଗୁଳିକାଣ୍ଡ: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: କନ୍ଧମାଳ ଗୁଳିକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସୂଚନା ଅଧିକାରକର୍ମୀ ତଥା ସ୍ୱେଚ୍ଛାସେବୀ ଡଃ ସୁନୀଲ କୁମାର ରଥଙ୍କ ପକ୍ଷରୁ ଦାୟର ଏହି ଜନସ୍ୱାର୍ଥ ମାମଲାରେ ସିବିଆଇ, ରାଜ୍ୟ ଗୃହ ସଚିବ, ପୋଲିସ ଡିଜି, ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଓ କନ୍ଧମାଳ ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଘଟଣାକୁ ବେଶ କିଛି ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ଏହାକୁ ଦୃଷ୍ଟିରେ ରଖି ସିବିଆଇ […]

highcourt

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 04:11 PM IST

କଟକ: କନ୍ଧମାଳ ଗୁଳିକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସୂଚନା ଅଧିକାରକର୍ମୀ ତଥା ସ୍ୱେଚ୍ଛାସେବୀ ଡଃ ସୁନୀଲ କୁମାର ରଥଙ୍କ ପକ୍ଷରୁ ଦାୟର ଏହି ଜନସ୍ୱାର୍ଥ ମାମଲାରେ ସିବିଆଇ, ରାଜ୍ୟ ଗୃହ ସଚିବ, ପୋଲିସ ଡିଜି, ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଓ କନ୍ଧମାଳ ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଘଟଣାକୁ ବେଶ କିଛି ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ଏହାକୁ ଦୃଷ୍ଟିରେ ରଖି ସିବିଆଇ ଦ୍ୱାରା ମାମଲାର ତଦନ୍ତ କରାଇବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏହାଛଡ଼ା ନିହତଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୁରଣ ଦେବା ସହ ପ୍ରତ୍ୟକଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ଗତ ୮ ତାରିଖରେ କନ୍ଧମାଳ ଜିଲ୍ଳା ଗୁମୁଡୁମାହା ଗାଁରେ ପୋଲିସ୍‌ ଗୁଳିରେ ୫ ଜଣ ନୀରିହ ଗ୍ରାମବାସୀ ପ୍ରାଣ ହରାଇଥିଲେ।

Related story