ପାଠକୁ ଡରି ଆଇରନ୍ ଟାବଲେଟ୍ ଖାଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

କନ୍ଧମାଳ: ପାଠକୁ ଡରି ଦୁଇ  ଛାତ୍ରୀ ମାତ୍ରାଧିକ ଆଇରନ୍ ଟାବଲେଟ୍ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ପକନା ଗାଁର ଆଶ୍ରମ ବିଦ୍ୟାଳୟରେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେମାନେ ସୁସ୍ଥ ଅଛନ୍ତି। ସ୍କୁଲ ପକ୍ଷରୁ କୁହାଯାଇଛି, ଏଇ ଦୁଇ ଛାତ୍ରୀଙ୍କ ମଧ୍ୟରୁ ନବମ ଶ୍ରେଣୀ ଓ ଆଉ ଜଣେ ଦଶମ ଶ୍ରେଣୀର ପଢ଼ୁଛନ୍ତି। କିଛି ଦିନ ତଳେ ସେମାନେ ଛୁଟିରେ ଘରକୁ ଯାଇଥିଲେ। […]

kk

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 12:47 PM IST

କନ୍ଧମାଳ: ପାଠକୁ ଡରି ଦୁଇ  ଛାତ୍ରୀ ମାତ୍ରାଧିକ ଆଇରନ୍ ଟାବଲେଟ୍ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ପକନା ଗାଁର ଆଶ୍ରମ ବିଦ୍ୟାଳୟରେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେମାନେ ସୁସ୍ଥ ଅଛନ୍ତି।

ସ୍କୁଲ ପକ୍ଷରୁ କୁହାଯାଇଛି, ଏଇ ଦୁଇ ଛାତ୍ରୀଙ୍କ ମଧ୍ୟରୁ ନବମ ଶ୍ରେଣୀ ଓ ଆଉ ଜଣେ ଦଶମ ଶ୍ରେଣୀର ପଢ଼ୁଛନ୍ତି। କିଛି ଦିନ ତଳେ ସେମାନେ ଛୁଟିରେ ଘରକୁ ଯାଇଥିଲେ। ଘରୁ ଆଉ ବିଦ୍ୟାଳୟକୁ ପଢିବାକୁ ଆସିବାକୁ ସେମାନେ ଚାହୁଁ ନ ଥିବା ବେଳେ ଘରଲୋକ ସେମାନଙ୍କୁ ଜବରଦସ୍ତି ଆଣି ଏଠାରେ ଛାଡି ଦେଇଥିଲେ। ତେବେ ପାଠ  ପଢିବାକୁ ସେମାନଙ୍କର ଇଚ୍ଛା ନ ଥିବାରୁ ସେମାନେ ମାତ୍ରାଧିକ ଆଇରନ୍ ଟାବଲେଟ୍ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Related story