କନ୍ଧମାଳ ଦଙ୍ଗା ପୀଡ଼ିତଙ୍କୁ ଅତିରିକ୍ତ ସହାୟତା ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୦୮ କନ୍ଧମାଳ ଦଙ୍ଗା ଘଟଣାରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପୂର୍ବରୁ ଦଙ୍ଗା ପୀଡିତଙ୍କୁ ଦିଆଯାଇଥିବା ସହାୟତା ରାଶି ଯଥେଷ୍ଟ ନୁହେଁ, ଅତିରିକ୍ତ ସହାୟତା ଯୋଗାଇ ଦେବାକୁ କୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଟି.ଏସ୍‌. ଠାକୁର ଓ ଜଷ୍ଟିସ୍‌ ଉଦୟ ଉମେଶ ଲଳିତଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ଦଙ୍ଗା ପୀଡିତମାନେ ସ୍ୱାଗତ କରିଛନ୍ତି। ଅତିରିକ୍ତ ସହାୟତା ରାଶି ସହ ପୂର୍ବରୁ ଯେଉଁମାନେ ସହାୟତା ପାଇନାହାନ୍ତି […]

sc

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 11:21 PM IST

ନୂଆଦିଲ୍ଲୀ: ୨୦୦୮ କନ୍ଧମାଳ ଦଙ୍ଗା ଘଟଣାରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପୂର୍ବରୁ ଦଙ୍ଗା ପୀଡିତଙ୍କୁ ଦିଆଯାଇଥିବା ସହାୟତା ରାଶି ଯଥେଷ୍ଟ ନୁହେଁ, ଅତିରିକ୍ତ ସହାୟତା ଯୋଗାଇ ଦେବାକୁ କୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଟି.ଏସ୍‌. ଠାକୁର ଓ ଜଷ୍ଟିସ୍‌ ଉଦୟ ଉମେଶ ଲଳିତଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟକୁ ଦଙ୍ଗା ପୀଡିତମାନେ ସ୍ୱାଗତ କରିଛନ୍ତି। ଅତିରିକ୍ତ ସହାୟତା ରାଶି ସହ ପୂର୍ବରୁ ଯେଉଁମାନେ ସହାୟତା ପାଇନାହାନ୍ତି ସେମାନଙ୍କୁ ଶୀଘ୍ର ଏହା ପ୍ରଦାନ କରିବାକୁ ପୀଡିତମାନେ ଦାବି କରିଛନ୍ତି।

୨୦୦୮ ଅଗଷ୍ଟ ୨୩ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ଜିଲ୍ଲାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ପ୍ରାୟ ୩ ମାସ ଧରି ଚାଲିଥିବା ଏହି ଦଙ୍ଗାରେ ୪୬ ଜଣ ପ୍ରାଣ ହରାଇ ଥିଲେ। ଦଙ୍ଗା ଯୋଗୁଁ ୧୪୨୩ ଘର ପୋଡ଼ି ଯାଇଥିବା ବେଳେ ୩୦୦୦ରୁ ଅଧିକ ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା।

Related story