ସୁନ୍ଦରଗଡ଼ରେ କଙ୍ଗାରୁ କୋର୍ଟ:  ମାତ୍ର କିଛି ଟଙ୍କା ପାଇଁ ଦୁଇ ପରିବାରକୁ ନିଆଁପାଣି ବାସନ୍ଦ
ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଲମଟି ଗାଁ। ଏହି ଗାଁରେ ବାସ କରନ୍ତି ସଦାନନ୍ଦ ସିଂ। ଗଣେଶ ପୂଜା ପାଇଁ ତାଙ୍କ ମଗାଯାଇଥିଲା ଚାନ୍ଦା। ହେଲେ ଗରିବ ସଦାନନ୍ଦଙ୍କ ପକ୍ଷେ ଏହି ଚାନ୍ଦା ଦେବା ସମ୍ଭବ ନଥିଲା। ସକାଳରୁ ରାତି ଯାଏଁ ତାଙ୍କ ସହ ସମୟ କାଟୁଥିବା ପଡ଼ୋଶୀ କିନ୍ତୁ ଏକଥା ବୁଝି ନଥିଲେ। ଚାନ୍ଦା ନଦେବାରୁ ବସିଥିଲା ଗାଁ କମିଟିର ବୈଠକ। ମୁଖିଆ ହୁଅନ୍ତୁ ଅବା ଅନ୍ୟମାନେ କେହି ଶୁଣିନଥିଲେ ସଦାନନ୍ଦଙ୍କ ଆର୍ଥିକ ସ୍ଥିତିର କାରୁଣ କାହାଣୀ। ତାଙ୍କୁ ଚାନ୍ଦା ଦେବାକୁ ବାଧ୍ୟ କରାଯାଇଥିଲା। ସଦାନନ୍ଦ ଏଥିରେ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କ ପରିବାରକୁ ଗାଁ କମିଟି ନିଆଁ ପାଣି ବାସନ୍ଦ କରିଛନ୍ତି।
ସେହିପରି ଏହି ଗାଁର ଅଉ ଜଣେ ମହିଳା ମଧ୍ୟ କଙ୍ଗାରୁ କୋର୍ଟ ଦଣ୍ଡର ଶିକାର ହୋଇଛନ୍ତି। ବିଧବା ହୋଇଥିଲେ ମଧ୍ୟ ସାହିଭାଇଙ୍କର ତାଙ୍କ ପ୍ରତି ଟିକେ ବି ଦୟା ଆସିନଥିଲା। ଏହି ମହିଳା ଜଣକ ହେଲେ ମନ୍ଦୋଦରୀ ଠାକୁର। ସେ ନିଜ ବାଡ଼ିରେ ଗଛ କାଟୁଥିଲେ। ଅସାବଧାନତା ଯୋଗୁଁ ଗଛଟି ପଡ଼ୋଶୀଙ୍କ ବାଡ଼ିରେ ପଡ଼ି ଯାଇଥିଲା। ଗଛ ପଡ଼ିନଥିଲା ସତେ ଯେମିତି ଦଇବ ବୈରୀ ସାଜି ତାଙ୍କ ଘର ଆଗରେ ଛିଡ଼ା ହୋଇଥିଲା। ସୁଯୋଗ ପାଇ ମାଡି ବସିଥିଲା ନିଷ୍ଠୁର ଗାଁ କମିଟି। ବୈଠକ କରି ତାଙ୍କୁ ୪୦୦୦ ଟଙ୍କ। ଜରିମାନା ଲଗାଇ ଦେଇଥିଲା। ମନ୍ଦୋଦରୀ ଗାଁ କମିଟିର ଆଦେଶକୁ ମାନି ମଧ୍ୟ ନେଇଥିଲେ। ପାଖରେ  ଟଙ୍କା ନଥିବାରୁ କିଛି ଦିନ ସମୟ ମାଗିଥିଲେ। ହେଲେ ଗରିବଙ୍କଠାରୁ ଟଙ୍କା ଆଦାୟ ଚକ୍କରରେ ଥିବା କିଛି ଶୁଣିନଥିଲେ। ସଦାନନ୍ଦଙ୍କ ପରି ମନ୍ଦୋଦରୀଙ୍କ ପରିବାରକୁ ମଧ୍ୟ ନିଆଁପାଣି ବାସନ୍ଦ କରିଦିଆଯାଇଛି।
ଏହି ଦୁଇ ପରିବାରକୁ ନିଆଁ ପାଣି ବନ୍ଦ ସାଙ୍ଗକୁ କାହାରି ଘରକୁ ଯିବାକୁ ମନା। ଏପରିକି ଦୋକାନରୁ ସଉଦା ନେବା ପାଇଁ ମଧ୍ୟ ମନା କରାଯାଇଛି। କେବଳ ସେତିକି ନୁହେଁ, ଏହି ଦୁଇ ଘରକୁ ଯିଏ ଯିବ ତାକୁ ୫୦୦୦ ଟଙ୍କ। ଜରିମାନା ନହେଲେ ବାସନ୍ଦ ଭୋଗିବାକୁ ପଡ଼ିବ ବୋଲି କମିଟି ଚେତାବନୀ ଦେଇଛି।
କିଏ କଣ କୁହନ୍ତି
ସଦାନନ୍ଦ କହିଛନ୍ତି-“ସାଧାରଣ କଥାକୁ ନେଇ ଗାଁ କମିଟି ଆମ ପରିବାରକୁ ବାସନ୍ଦ କରିଛି। ଏପରିକି ପଡ଼ୋଶୀ ବା ଦୋକାନକୁ ଯାଇପାରିବୁ ନାହିଁ। ଆମ ଘରକୁ ଯିଏ ଆସିବ ତାଙ୍କୁ ଜରିମାନା ମଧ୍ୟ କରାଯାଇଛି। ଗାଁ କମିଟି ମାଧ୍ୟମରେ ଘଟଣାର ସମାଧାନ କରିବାକୁ ଚାହିଁଥିଲି। ମାତ୍ର କିଛି ସୁଫଳ ମିଳିନଥିଲା। ପରେ ଥାନାରେ ଅଭିଯୋଗ କଲି। ହେଲେ ମାଡ଼ାମ କିଛି ଶୁଣିଲେ ନାହିଁ।”
ମନ୍ଦୋଦରୀ କହିଛନ୍ତି-“ଗାଁ କମିଟି ମୋତେ ୪୦୦୦ ହଜାର ଟଙ୍କା ଜରିମାନା କଲା। ଟଙ୍କା ଦେବାକୁ ୮ ଦିନ ସମୟ ମାଗିଥିଲି। ମାତ୍ର କମିଟି ରାଜି ହେଲା ନାହିଁ। ପରେ ଦୋକାନକୁ ଯିବାକୁ ବାରଣ କରାଯାଇଛି।”
ସୁନ୍ଦରଗଡ଼। ଜିଲ୍ଲାପାଳ ବିନୀତ ଭରଦ୍ୱାଜ କହିଛନ୍ତି-“ଏନେଇ ପୂର୍ବରୁ କୌଣସି ଅଭିଯୋଗ ହୋଇନଥିଲା। ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
Ordigital Desk
• Published: Thursday, 17 August 2017
• Updated: 17 August 2017, 06:20 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos