ବୈତରଣୀରେ ଶାଖା ନଦୀ ‘କାଣି’ରେ ୫୦ ଫୁଟ୍‌ର ଘାଇ, ପାଣି ଘେରରେ ୫ ପଞ୍ଚାୟତ!

ଯାଜପୁର (ସଞ୍ଜିବ ନାୟକ): ସୋମବାର ଅପରାହ୍ନ ପ୍ରାୟ ଗୋଟିଏ ବେଳେ ‘କାଣି ନଦୀ’ର ବନ୍ଧ ପରିଦର୍ଶନ କରିଥିଲେ ଜିଲ୍ଲାପାଳ। ଆଉ ଜିଲ୍ଲାପାଳ ଗଲା ପରେ ପ୍ରାୟ ସାଢ଼େ ଦୁଇଟା ବେଳେ ୫୦ ଲମ୍ୱର ଘାଇ ସୃଷ୍ଟି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ତାହା ସହିତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ହେଉଛି ଏକ ବନ୍ୟାଞ୍ଚଳ। […]

Kani-river

Kani-river

Manoranjan Sial
  • Published: Monday, 15 August 2022
  • Updated: 15 August 2022, 05:50 PM IST

Sports

Latest News

ଯାଜପୁର (ସଞ୍ଜିବ ନାୟକ): ସୋମବାର ଅପରାହ୍ନ ପ୍ରାୟ ଗୋଟିଏ ବେଳେ ‘କାଣି ନଦୀ’ର ବନ୍ଧ ପରିଦର୍ଶନ କରିଥିଲେ ଜିଲ୍ଲାପାଳ। ଆଉ ଜିଲ୍ଲାପାଳ ଗଲା ପରେ ପ୍ରାୟ ସାଢ଼େ ଦୁଇଟା ବେଳେ ୫୦ ଲମ୍ୱର ଘାଇ ସୃଷ୍ଟି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ତାହା ସହିତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ହେଉଛି ଏକ ବନ୍ୟାଞ୍ଚଳ। ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଶାଖା ନଦୀ କାଣିରେ ଘାଇ ସୃଷ୍ଟି ହୋଇଛି। ବ୍ରହ୍ମଚାରୀପୁରଠାରେ ଏହି ଘାଇ ସୃଷ୍ଟି ହୋଇଛି। ପାଖାପାଖି ୫୦ ଫିଟ୍‌ ଲମ୍ୱର ଘାଇ ହୋଇଛି। ଏହାର ଆକାର ଧୀରେ ଧୀରେ ବଢ଼ୁଛି। ବନ୍ୟା ପାଣିରେ ୪ରୁ ୫ଟି ପଞ୍ଚାୟତର ୧୦୦୦ରୁ ଅଧିକ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ଏହି ପାଣି ଚାଷ ଅତିକ୍ରମ କରି ଧୀରେ ଧୀରେ ଗାଁରେ ପଶୁଛି। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଗାଁ ଲୋକେ ଏବେ କେଉଁଠି ରହିବେ, ତାକୁ ନେଇ ଚିନ୍ତାରେ ପଡ଼ିଯାଇଛି। ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚିନଥିବା ଅଭିଯୋଗ ହୋଇଛି।

ବୈତରଣୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖି ପୂର୍ବରୁ ଜିଲ୍ଲା ପ୍ରଶାସନ ସତର୍କ ହୋଇଯାଇଥିଲା। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଯାଜପୁର ଜିଲ୍ଲାପାଳ ଓ ଦଶରଥପୁର ବିଡିଓ କାଣି ନଦୀ ବନ୍ଧ ବୁଲି ଦେଖିଥିଲେ। ବନ୍ଧରେ ଯେମିତି ଘାଇ ନହେବ, ସେଥିପ୍ରତି ନଜର ରଖିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ କହିଥିଲେ। ଜିଲ୍ଲାପାଳ ଗଲା ପରେ ଅର୍ଥାତ ପ୍ରାୟ ୨.୩୦ ମିନିଟ୍‌ରେ ବ୍ରହ୍ମଚାରୀପୁରଠାରେ ବିରାଟକାୟ ଘାଇ ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କାଣି ନଦୀ ବନ୍ଧ ଦୁର୍ବଳ ଥିବା ପୂର୍ବରୁ ବହୁବାର ଅଭିଯୋଗ କରିଥିଲୁ। ହେଲେ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରିନଥିଲା। ଯେଉଁଥିପାଇଁ ଏବେ ଘାଇ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos