ଭଦ୍ରକରେ ଦେଢ଼ କୋଟି ଟଙ୍କା ବ୍ୟୟରେ ହେବ କାନ୍ତକବିଙ୍କ ସ୍ମାରକୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଭଦ୍ରକରେ ଏକ ସ୍ମାରକୀ ନିର୍ମାଣ କରାଯିବ। କାନ୍ତକବିଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସରକାର ମାନ୍ୟତା ଦେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଦେଢ଼କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭଦ୍ରକଠାରେ କାନ୍ତକବିଙ୍କ ଏକ ପୂଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହ ଏକ ନାଟ୍ୟ ମଣ୍ଡପ, ଲାଇବ୍ରେରୀ ଓ ପାର୍କ ପ୍ରଭୃତି […]

6xz

Tapas Behera
  • Published: Thursday, 11 June 2020
  • , Updated: 11 June 2020, 09:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଭଦ୍ରକରେ ଏକ ସ୍ମାରକୀ ନିର୍ମାଣ କରାଯିବ। କାନ୍ତକବିଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସରକାର ମାନ୍ୟତା ଦେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଦେଢ଼କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଭଦ୍ରକଠାରେ କାନ୍ତକବିଙ୍କ ଏକ ପୂଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହ ଏକ ନାଟ୍ୟ ମଣ୍ଡପ, ଲାଇବ୍ରେରୀ ଓ ପାର୍କ ପ୍ରଭୃତି ରହିବ। ଏହି ସ୍ମାରକୀ ନିର୍ମାଣ କରିବା ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ନିରୂପଣ କରି ବିଭାଗକୁ ଜଣାଇବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଡିସେମ୍ବର ୯ତାରିଖ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ଏହାବ୍ୟତୀତ କାନ୍ତକବିଙ୍କ ଜନ୍ମସ୍ଥଳୀ ତିହିଡ଼ି ବ୍ଲକସ୍ଥିତ ତଳପଡ଼ାଠାରେ ମଧ୍ୟ ତାଙ୍କ ସମୃତି ରକ୍ଷା ଉଦ୍ଦେଶ୍ୟରେ କେତେକ କାର୍ଯ୍ୟ ହାତକୁ ନିଆଯିବାକୁ ସ୍ଥିର ହୋଇଛି। ଏସବୁ କାର୍ଯ୍ୟ କାନ୍ତକବିଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଶା କରାଯାଉଛି।

ଆଜି ଅପରାହ୍ନରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଭଦ୍ରକ ଜିଲ୍ଲାର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସମେତ ବିଜେଡିର ଅନ୍ୟ ବିଧାୟୟକମାନେ ଓ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି।

Related story