ଧର୍ମମାସ କାର୍ତ୍ତିକରେ ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ (ଓଡ଼ିଶା ରିପୋର୍ଟର): ଧର୍ମମାସ କାର୍ତ୍ତିକରେ ବ୍ରତ ପାଳିବା ପାଇଁ ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି। ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ଅକ୍ଟୋବର ୬ରୁ ନଭେମ୍ବର ୪ତାରିଖ ପର୍ଯ୍ୟନ୍ତ ପାଳନ ହେବ କାର୍ତ୍ତିକ ବ୍ରତ। ୩,୦୦୦ ହବିଷ୍ୟାଳୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମହାପ୍ରସାଦ ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି। ଆକାଶଦୀପ, ତୁଳସୀ ଚୌରା ଓ ପୂଜାସାମଗ୍ରୀ ପାଇଁ ସରକାରୀ […]

karik month

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 06:10 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଧର୍ମମାସ କାର୍ତ୍ତିକରେ ବ୍ରତ ପାଳିବା ପାଇଁ ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି। ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚଳିତବର୍ଷ ଅକ୍ଟୋବର ୬ରୁ ନଭେମ୍ବର ୪ତାରିଖ ପର୍ଯ୍ୟନ୍ତ ପାଳନ ହେବ କାର୍ତ୍ତିକ ବ୍ରତ। ୩,୦୦୦ ହବିଷ୍ୟାଳୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମହାପ୍ରସାଦ ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି। ଆକାଶଦୀପ, ତୁଳସୀ ଚୌରା ଓ ପୂଜାସାମଗ୍ରୀ ପାଇଁ ସରକାରୀ ଷ୍ଟଲ ଖୋଲା ଯାଇଛି। ସୁରକ୍ଷା ଦୃଷ୍ଟିରୁ ଦମକଳ ବାହିନୀ ସହ ପୋଲିସ ସଜାଗ ରହିବେ। ହବିଷ୍ୟାଳିଙ୍କୁ ଉତ୍ତର ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ୨୪ ଘଣ୍ଟିଆ ଡାକ୍ତର ନିୟୋଜିତ କରାଯାଇଛି। ଏପରିକି ଆମ୍ବୁଲାନସ ସଜାଗ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

Related story