ପାରାଦୀପରେ ସ୍ୱାମୀ-ସ୍ତ୍ରୀଙ୍କୁ କରୋନା ! ଏସ୍‌ସିବିରେ ଏଣ୍ଟ୍ରି

ପାରାଦୀପ(ଓଡ଼ିଶା ରିପୋର୍ଟର):ପାରାଦୀପରେ ୨ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ। ସିଙ୍ଗାପୁରରୁ ପାରାଦୀପ ଅଭିମୁଖେ ଆସିଥିବା ଏକ ଜାହାଜର ଜଣେ କ୍ରିଉ ମେମ୍ବରକୁ କରୋନା ହୋଇଥିବା ସନ୍ଦେହ କରାଯାଉଛି। ଆଜି ପାରାଦୀପ ବନ୍ଦରରେ ବର୍ଥିଙ୍ଗ୍ କରିଥିବା ଜାହାଜ ଏମ୍.ଟି. କେମଷ୍ଟାର ସ୍ଟେଲାରର କ୍ରିଉ ମେମ୍ବରଙ୍କ ଠାରେ କରୋନା ଲକ୍ଷଣ ଥିବା ସନ୍ଦେହ କରାଯାଇଛି। ତାଙ୍କ ସହ ସ୍ତ୍ରୀ ଆସିଥିଲେ ମଧ୍ୟ ତାଙ୍କ ଶରୀରରେ କରୋନା ଅଛି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରାଯାଉଛି। ଉଭୟଙ୍କୁ ପରୀକ୍ଷା ପାଇଁ […]

890-1

Tapas Behera
  • Published: Tuesday, 03 March 2020
  • , Updated: 03 March 2020, 04:15 PM IST

ପାରାଦୀପ(ଓଡ଼ିଶା ରିପୋର୍ଟର):ପାରାଦୀପରେ ୨ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ। ସିଙ୍ଗାପୁରରୁ ପାରାଦୀପ ଅଭିମୁଖେ ଆସିଥିବା ଏକ ଜାହାଜର ଜଣେ କ୍ରିଉ ମେମ୍ବରକୁ କରୋନା ହୋଇଥିବା ସନ୍ଦେହ କରାଯାଉଛି। ଆଜି ପାରାଦୀପ ବନ୍ଦରରେ ବର୍ଥିଙ୍ଗ୍ କରିଥିବା ଜାହାଜ ଏମ୍.ଟି. କେମଷ୍ଟାର ସ୍ଟେଲାରର କ୍ରିଉ ମେମ୍ବରଙ୍କ ଠାରେ କରୋନା ଲକ୍ଷଣ ଥିବା ସନ୍ଦେହ କରାଯାଇଛି। ତାଙ୍କ ସହ ସ୍ତ୍ରୀ ଆସିଥିଲେ ମଧ୍ୟ ତାଙ୍କ ଶରୀରରେ କରୋନା ଅଛି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରାଯାଉଛି।

ଉଭୟଙ୍କୁ ପରୀକ୍ଷା ପାଇଁ କଟକ ଏସ୍‌ସିବି ମେଡିକାଲକୁ ପଠାଇ ଦିଆଯାଇଛି। ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଘର ଉତ୍ତରପ୍ରଦେଶର କାନପୁରରେ ବୋଲି ଜଣାପଡ଼ିଛି। ଜାହାଜଟି ଚାଇନାରୁ ବାହାରି ସିଙ୍ଗାପୁର ହୋଇ ପାରାଦୀପ ଆସିଥିଲା। ତେବେ ସ୍ୱାମୀ ଜଣକ ଉକ୍ତ ଜାହାଜରେ ଚାକିରି କରିଥିବା ବେଳେ ସ୍ତ୍ରୀ ତାଙ୍କ ସହ ଆସିଥିଲେ। ଏବେ ଉକ୍ତ ଜାହାଜରେ ବାକି ଥିବା ୨୩  ଜଣ କ୍ରିଉ ମେମ୍ବରଙ୍କୁ ଓହ୍ଲାଇବା ପାଇଁ ଦିଆଯାଇ ନାହିଁ। ଜାହାଜଟି ଏବେ ଆଙ୍କରେଜ୍‌ ଏରିଆରେ ଅଛି। ଏନେଇ ସୂଚନା ପାଇବା ପରେ ବନ୍ଦର ଚିକିତ୍ସାଳୟର ଡାକ୍ତରୀ ଟିମ୍ ଜାହାଜରେ ପହଁଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି |

Related story