କଟକ: ବିଧାନସଭାର ଗୃହ କମିଟି ଆଜି କଟକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ଭୁବନେଶ୍ୱରର ରସୁଲଗଡ଼ରୁ କଟକର ଲିଙ୍କରୋଡ୍ ଓ ମଧୁପାଟଣା ପର୍ଯ୍ୟନ୍ତ ରାସ୍ତାରେ ଉପୁଜିଥିବା ଟ୍ରାଫିକ ସମସ୍ୟାକୁ ନେଇ ଗୃହ କମିଟି ଉଦବେଗ ପ୍ରକାଶ କରିଥିଲେ। ଯଥାଶୀଘ୍ର ଟ୍ରାଫିକ ସମସ୍ୟାକୁ କିପରି ଦୂର କରାଯାଇପାରିବ ସେ ନେଇ କମିଟି ପକ୍ଷରୁ ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା। ଜଗତପୁର ପାଗା ଅଞ୍ଚଳରେ ଏକ ଥାନା ଓ ଟାଙ୍ଗୀ ବିସିନାକାହାଣୀରେ ଫ।ଣ୍ଡି କରାଯିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଏହି କମିଟି କହିଛନ୍ତି। ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟିରେ କଟକ ସାଲେପୁର ବିଧାୟକ ପ୍ରକାଶ ବେହେରା, ଜଳେଶ୍ୱର ବିଧାୟକ ଅଶ୍ୱନୀପାତ୍ର ଏବଂ ବିଧାୟକ ଗୋଲକବିହାରୀ ଧଳ ପ୍ରମୁଖ ଥିଲେ। ଏହି କମିଟି ସହ କଟକ ଜିଲ୍ଳାପାଳ , ଉପ-ଜିଲ୍ଲାପାଳ ସମେତ ବିଭିନ୍ନ ଅଧିକାରୀ ସାମିଲ ହୋଇଥିଲେ।