କାର୍ତ୍ତିକ ମାସ ପୂର୍ବରୁ ଜଗମୋହନ ମରାମତି କାମ ଶେଷ କରାଯିବ

ପୁରୀ: କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଜଗମୋହନ ସ୍ଥାୟୀ ମରାମତି କାମ ଶେଷ କରିବାକୁ ଏଏସ୍‌ଆଇଙ୍କୁ ଅନୁରୋଧ କରାଯିବ। ଗତକାଲି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏହାସହ ବୈଠକରେ ରଥଯାତ୍ରାର ସମୀକ୍ଷା କରାଯିବା ସହ ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଭିଡିଓ ଫୁଟେଜ୍‌କୁ  ଅନୁଧ୍ୟାନ କରାଯାଇଛି। ନୀତିକାନ୍ତକୁ ଶୃଙ୍ଖଳିତ କରିବା ପାଇଁ  ମଧ୍ୟ  ଆଲୋଚନା ହୋଇଛି। ଏହି […]

puri

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 08:38 AM IST

ପୁରୀ: କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଜଗମୋହନ ସ୍ଥାୟୀ ମରାମତି କାମ ଶେଷ କରିବାକୁ ଏଏସ୍‌ଆଇଙ୍କୁ ଅନୁରୋଧ କରାଯିବ। ଗତକାଲି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଏହାସହ ବୈଠକରେ ରଥଯାତ୍ରାର ସମୀକ୍ଷା କରାଯିବା ସହ ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଭିଡିଓ ଫୁଟେଜ୍‌କୁ  ଅନୁଧ୍ୟାନ କରାଯାଇଛି। ନୀତିକାନ୍ତକୁ ଶୃଙ୍ଖଳିତ କରିବା ପାଇଁ  ମଧ୍ୟ  ଆଲୋଚନା ହୋଇଛି। ଏହି ବୈଠକରେ ସେବାୟତ ସଦସ୍ୟମାନେ ଯୋଗ ଦେଇ ନ ଥିଲେ।

Related story