କଟିକଟା ରାଜ୍ୟର ନୂଆ ହଟ୍‌ସ୍ପଟ୍‌, କେଉଁ ଜିଲ୍ଲାରେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ରେ ଆଜି ସୁଦ୍ଧା ରାଜ୍ୟରେ ୧୫୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୪୮ ଜଣ ଯାଜପୁରରେ ଚିହ୍ନଟ ହୋଇଛନ୍ତି। ଏହା ପଛରକୁ ଖୋର୍ଦ୍ଧାରେ ୪୭ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ଯାଜପୁର ଜିଲ୍ଲା ପାଇଁ ପଶ୍ଚିମବଙ୍ଗ ଫେରନ୍ତା ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି। ଏହି ଜିଲ୍ଲା ଏବେ ରେଡ୍‌ ଜୋନ୍‌ରେ ଥିବା ବେଳେ କଟିକଟା ରାଜ୍ୟର ନୂଆ ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ […]

katikata

Manoranjan Sial
  • Published: Saturday, 02 May 2020
  • , Updated: 02 May 2020, 06:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ରେ ଆଜି ସୁଦ୍ଧା ରାଜ୍ୟରେ ୧୫୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୪୮ ଜଣ ଯାଜପୁରରେ ଚିହ୍ନଟ ହୋଇଛନ୍ତି। ଏହା ପଛରକୁ ଖୋର୍ଦ୍ଧାରେ ୪୭ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ଯାଜପୁର ଜିଲ୍ଲା ପାଇଁ ପଶ୍ଚିମବଙ୍ଗ ଫେରନ୍ତା ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି। ଏହି ଜିଲ୍ଲା ଏବେ ରେଡ୍‌ ଜୋନ୍‌ରେ ଥିବା ବେଳେ କଟିକଟା ରାଜ୍ୟର ନୂଆ ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।

ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି-“ଯାଜପୁର ଜିଲ୍ଲାର କଟିକଟା ହେଉଛି ରାଜ୍ୟର ନୂଆ ହଟ୍‌ସ୍ପଟ୍‌। ବର୍ତ୍ତମାନ ସୁଦ୍ଧା ଏଠାରେ ୨୧ ପଜିଟିଭ ଚିହ୍ନଟ ହେଲେଣି। ପଶ୍ଚିମବଙ୍ଗରୁ ଫେରିଥିବା ୫ ଜଣଙ୍କଠାରୁ ସଂକ୍ରମଣ ହୋଇ ସଂଖ୍ୟା ବଢିଚାଲିଛି। କଟିକଟା ସଂକ୍ରମଣ ଲାଗି ସ୍ଥାନୀୟ ଲୋକଙ୍କ ଅସାବଧାନତାକୁ ଦାୟୀ।”

ସେ ଆହୁରି କହିଛନ୍ତି-“ରାଜ୍ୟର ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରେଡ୍‌ ଜୋନ୍‌ ଅଛି। ଭୁବନେଶ୍ୱର ଏବେ ସୁରକ୍ଷିତ ରହିଛି। ୧୫ ଦିନରେ ମାତ୍ର ଗୋଟିଏ ପଜିଟିଭ ଆସିଛି। ରାଜ୍ୟରେ ଦ୍ରୁତଗତିରେ ସାମ୍ପଲ ଟେଷ୍ଟ କରାଯାଉଛି। ସାମ୍ପଲ ଟେଷ୍ଟକୁ ଆଗାମୀ ଦିନରେ ୧୦ ଗୁଣା ବଢାଯିବ। ପ୍ରବାସରୁ ଫେରୁଥିବା ବ୍ୟକ୍ତିମାନେ ଘରେ ମଧ୍ୟ କ୍ୱାରେଣ୍ଟିନ୍‌ ରହିପାରିବେ।”

Related story