କେବିକେ ମୁଖ୍ୟ ପ୍ରଶାସକ ତାରାଦତ୍ତ ପାଟଣାଗଡ ଉପଖଣ୍ଡର ବିଭିନ୍ନ ଗାଁ ବୁଲି ଦେଖିଲେ

ପାଟଣାଗଡ: କେବିକେ ମୁଖ୍ୟ ପ୍ରଶାସକ ତାରା ଦତ୍ତ ଦୁଇଦିନିଆ ବଲାଙ୍ଗିର ଗସ୍ତରେ ଆସି ପାଟଣାଗଡ ଉପଖଣ୍ଡର ବିଭିନ୍ନ ଗାଁ ବୁଲି ଦେଖିଛନ୍ତି । ପଟଣାଗଡ-ବଲାଙ୍ଗିର ମୁଖ୍ୟରାସ୍ତା ଉପରେ ଥିବା ଧୁବଲପଡା ଗାଁରେ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ବୁଲି ଦେଖିବା ସହ ବୁଣାକାରମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ପାଟଣାଗଡ ବ୍ଲକ ଭଇଁଷା ଯାଇ ସେଠାରେ ତିଆରି କରାଯାଇଥିବା ନବ ନିର୍ମିତ ମଡେଲ ସ୍କୁଲ, ଉଲବା ଗାଁରେ ହିତାଧିକାରୀମାନଙ୍କୁ ଦିଆଯାଇଥିବା ଇନ୍ଦିରା ଆବାସ ଗୃହ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାମ […]

1111111111

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 09:22 AM IST

ପାଟଣାଗଡ: କେବିକେ ମୁଖ୍ୟ ପ୍ରଶାସକ ତାରା ଦତ୍ତ ଦୁଇଦିନିଆ ବଲାଙ୍ଗିର ଗସ୍ତରେ ଆସି ପାଟଣାଗଡ ଉପଖଣ୍ଡର ବିଭିନ୍ନ ଗାଁ ବୁଲି ଦେଖିଛନ୍ତି । ପଟଣାଗଡ-ବଲାଙ୍ଗିର ମୁଖ୍ୟରାସ୍ତା ଉପରେ ଥିବା ଧୁବଲପଡା ଗାଁରେ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ବୁଲି ଦେଖିବା ସହ ବୁଣାକାରମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ପାଟଣାଗଡ ବ୍ଲକ ଭଇଁଷା ଯାଇ ସେଠାରେ ତିଆରି କରାଯାଇଥିବା ନବ ନିର୍ମିତ ମଡେଲ ସ୍କୁଲ, ଉଲବା ଗାଁରେ ହିତାଧିକାରୀମାନଙ୍କୁ ଦିଆଯାଇଥିବା ଇନ୍ଦିରା ଆବାସ ଗୃହ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାମ ତଦାରଖ କରିଥିଲେ । ପରେ ପାଟଣାଗଡ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତ ଅନ୍ତର୍ଗତ ଗଭରା ପ୍ରାଥମିକ ବିଦ୍ୟାଲୟକୁ ଯାଇ ନିମ୍ନମାନର ଏମଡିଏମ ପାଇଁ ଅଭିଭାବକମାନଙ୍କ ଦ୍ୱାରା ବନ୍ଦ କରାଯାଇଥିବା ସ୍କୁଲକୁ ଖୋଲିଥିଲେ । ସଚିବଙ୍କ ଗସ୍ତ ସମୟରେ ବଲାଙ୍ଗିର ଜିଲ୍ଲାପାଳ ଏମ. ମୁଥୁ କୁମାର, ପାଟଣାଗଡ ଉପଜିଲ୍ଲାପାଲ ଶରତ ଚନ୍ଦ୍ର ପଣ୍ଡା, ବିଡିଓ ଅମିୟ କୁମାର ସାହୁଙ୍କ ସମେତ ବହୁ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

Related story