‘ଓଡ଼ିଶା ଫେରନ୍ତାଙ୍କଠୁ ଗଣମାଧ୍ୟମ ଦୂରେଇ ରହୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ୍ ଯୋଗୁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଘରବାହୁଡ଼ା ହେଉଥିବାବେଳେ ସେମାନଙ୍କଠୁ ଦୂରେଇ ରହିବା ନିମନ୍ତେ ଗଣମାଧ୍ୟମକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ଆଡଭାଇଜରି ମଧ୍ୟ ଜାରି ହୋଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଆଜି ସମସ୍ତ ଗଣମାଧ୍ୟମ ସଂସ୍ଥା ଓ ପ୍ରତିନିଧିଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ […]

media

media

Manoranjan Sial
  • Published: Saturday, 02 May 2020
  • Updated: 02 May 2020, 09:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ୍ ଯୋଗୁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଘରବାହୁଡ଼ା ହେଉଥିବାବେଳେ ସେମାନଙ୍କଠୁ ଦୂରେଇ ରହିବା ନିମନ୍ତେ ଗଣମାଧ୍ୟମକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ଆଡଭାଇଜରି ମଧ୍ୟ ଜାରି ହୋଇଛି।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଆଜି ସମସ୍ତ ଗଣମାଧ୍ୟମ ସଂସ୍ଥା ଓ ପ୍ରତିନିଧିଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏପ୍ରିଲ ୨୯ତାରିଖରେ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଲୋକମାନଙ୍କୁ ନିଜ ରାଜ୍ୟକୁ ଫେରିବା ନିମନ୍ତେ ଅନୁମତି ଦେଇଛନ୍ତି। ଏହି କାରଣରୁ ବହୁ ସଂଖ୍ୟକ ଓଡ଼ିଆ ଲୋକମାନେ ସଡ଼କ ଓ ରେଳ ମାର୍ଗରେ ଓଡ଼ିଶାକୁ ଫେରୁଛନ୍ତି। ସେମାନେ ଓଡ଼ିଶାରେ ପହଂଚିବା ପରେ ସେମାନଙ୍କୁ ସ୍ୱାଗତ ସହ ସ୍ୱାସ୍ଥ୍ୟ ଯାଂଚ କରାଯାଇ ସେମାନଙ୍କର ନିଜସ୍ୱ ଜିଲ୍ଲାକୁ ପଠାଇ ଦିଆଯିବ। ତେଣୁ ସଂକ୍ରମଣ ଆଶଙ୍କା ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ବ୍ୟକ୍ତିଗତ ନିରାପତ୍ତାକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନ କିମ୍ବା ଚେକ୍ ପଏଣ୍ଟ ସ୍ଥଳ, କୌଣସି କ୍ୱାରେଣ୍ଟାଇନ ସେଣ୍ଟର ଅବା ଆଇସୋଲେସନ୍ ସେଣ୍ଟରକୁ ନଯିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଏହାସହିତ ଏଭଳି ଅସାଧାରଣ ପରିସ୍ଥିତିରେ କୋଭିଡ୍‌-୧୯ ସଂକ୍ରମଣ ଗାଇଡଲାଇନକୁ ପାଳନ କରିବାକୁ ଗଣମାଧ୍ୟମ ସଂସ୍ଥା ଓ ପ୍ରତିନିଧିଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଶା ଫେରନ୍ତାଙ୍କ ସମ୍ପର୍କିତ ଆବଶ୍ୟକ ଫଟୋଗ୍ରାଫ ଓ ଖବର ଗଣମାଧ୍ୟମ ସଂସ୍ଥାକୁ ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା ଫେରନ୍ତାଙ୍କୁ ରେଳଷ୍ଟେସନ୍ ଓ ଚେକପଏଣ୍ଟରେ ଆବଶ୍ୟକ ଯାଂଚ ପ୍ରକ୍ରିୟାର ଅନୁପାଳନ କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos