Advertisment

କେନ୍ଦ୍ରାପଡ଼ା: ୪ ବର୍ଷ ବିତିଲା, ପୋଲ କାମ ସରୁନି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଏରଡ଼ଙ୍ଗ, ନାଟରା, କୁସୁମି,ଗୁଣୁଦିଆ ଓ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ, କୃଷ୍ଣଦାଶପୁର, ନୂଆପାଟଣା, ରାଉଳିଆ ଆଦି ୯ଟି ଗାଁର ୧୦ ହଜାରରୁ ଅଧିକ ଲୋକ ପ୍ରତିଦିନ ଯିବାଆସିବାରେ ଭାରି ହଇରାଣ ହେଉଛନ୍ତି। ଏହି ସବୁ ଗାଁ ଲୋକଙ୍କ ଗମନାଗମନରେ ବାଧକ ସାଜିଛି କାଣୀ ନଦୀ। ବର୍ଷ ବର୍ଷ ଧରି ଏହି ସମସ୍ୟା ଦେଇ ଗତି କରୁଥିବା ଗ୍ରାମବାସୀମାନଙ୍କର ଲଗାତାର ଦାବି ପରେ ୨୦୧୦ ଅଗଷ୍ଟ ୧୩ ତାରିଖରେ ସୁନ୍ଧରୀଛକ ନିକଟରେ କାଣୀ […]

କେନ୍ଦ୍ରାପଡ଼ା: ୪ ବର୍ଷ ବିତିଲା, ପୋଲ କାମ ସରୁନି

polophoto

Advertisment

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଏରଡ଼ଙ୍ଗ, ନାଟରା, କୁସୁମି,ଗୁଣୁଦିଆ ଓ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ, କୃଷ୍ଣଦାଶପୁର, ନୂଆପାଟଣା, ରାଉଳିଆ ଆଦି ୯ଟି ଗାଁର ୧୦ ହଜାରରୁ ଅଧିକ ଲୋକ ପ୍ରତିଦିନ ଯିବାଆସିବାରେ ଭାରି ହଇରାଣ ହେଉଛନ୍ତି। ଏହି ସବୁ ଗାଁ ଲୋକଙ୍କ ଗମନାଗମନରେ ବାଧକ ସାଜିଛି କାଣୀ ନଦୀ। ବର୍ଷ ବର୍ଷ ଧରି ଏହି ସମସ୍ୟା ଦେଇ ଗତି କରୁଥିବା ଗ୍ରାମବାସୀମାନଙ୍କର ଲଗାତାର ଦାବି ପରେ ୨୦୧୦ ଅଗଷ୍ଟ ୧୩ ତାରିଖରେ ସୁନ୍ଧରୀଛକ ନିକଟରେ କାଣୀ ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ଏହି ସେତୁ ପାଇଁ ବ୍ୟୟ ଅଟକଳ କରାଯାଇଥିଲା ୪କୋଟି ୨୭ଲକ୍ଷ ୩୨ ହଜାର ଟଙ୍କା। ୨୦୧୨ ଏପ୍ରିଲ ୧୨ ତାରିଖରେ ସେତୁ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବର୍ଷେ କାଳ ସେତୁ ନିର୍ମାଣ କାର୍ଯ୍ୟ ଚାଲିଲା। କିନ୍ତୁ ତା’ପରେ ଅର୍ଦ୍ଧନିର୍ମିତ ସେତୁକୁ ଛାଡ଼ି ଚାଲିଗଲେ ସଂପୃକ୍ତ ଠିକାଦାର। ଏହି ବର୍ଷକ ମଧ୍ୟରେ ନିର୍ମାଣ ହୋଇଥିଲା ତିନୋଟି ପିଲାର। ପୁଣି ତିନୋଟି ଯାକ ପିଲାରର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ। ଠିକାଦାର କାମ ଛାଡ଼ି ପଳାଇବା ପରଠାରୁ ୪ ବର୍ଷ ହେଲା ସେତୁ କାମ ବନ୍ଦ ରହିଛି। ସ୍ଥାନୀୟ ଲୋକେ ଏ ସଂପର୍କରେ ପ୍ରଶାସନ ଠାରୁ ଆରମ୍ଭ ସରକାରଙ୍କ ପର୍ଯ୍ୟନ୍ତ ଗୁହାରି କରିଛନ୍ତି। ହେଲେ କିଛି ସୁଫଳ ମିଳିନି । ସେତୁ କାମ ଆରମ୍ଭ ହୋଇପାରୁନି। ତେଣୁ ଏହି ସବୁ ଗାଁ ଲୋକେ ପୂର୍ବଭଳି ଗମନାଗମନରେ ହିନସ୍ତା ହେଉଛନ୍ତି।

Advertisment

polo

କାଣୀ ନଦୀ ଉପରେ ସେତୁ ନିର୍ମାଣ ହୋଇପାରୁ ନ ଥିବା ଯୋଗୁ ବର୍ଷା ଦିନେ ବନ୍ୟା ଆସିଲେ ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକର ସୀମାରେ ଥିବା ଏରଡ଼ଙ୍ଗ ଓ ସିଂହଗାଁ ପଞ୍ଚାୟତର ଲୋକଙ୍କ ଦୁର୍ଦ୍ଧଶା ବଢ଼ିଯାଏ। ଘରୁ ବାହାରିଲେ ଡଙ୍ଗା ଦରକାର ହୁଏ। ଗମନାଗମନରେ ଅସୁବିଧା ଯୋଗୁ ଜରୁରୀ କାଳୀନସ୍ଥିତିରେ କାହାରିକୁ ତତ୍କ୍ଷଣାତ ଡାକ୍ତରଖାନା ପହଞ୍ଚାଇ ହୁଏ ନାହିଁ। ଫଳରେ ଅନେକ ସମୟରେ ସଂକଟାପନ୍ନ ରୋଗୀମାନେ ଚିକିତ୍ସା ପାଇନପାରି ପ୍ରାଣ ହରାନ୍ତି। ସେହିପରି ସରକାରୀ ଅବା ନିଜସ୍ୱ କାର୍ଯ୍ୟରେ ଆଳି ଓ

ପଟ୍ଟାମୁଣ୍ଡାଇ ବ୍ଲକ୍ ସଦର ମହକୁମାକୁ ଯିବା କାଠିକର ପାଠ ହୋଇଯାଏ। ସାଧାରଣ ଲୋକଙ୍କ ସହିତ ଛାତ୍ରଛାତ୍ରୀମାନଙ୍କୁ ରାତି ପାହିଲେ କାଣୀ ନଦୀ ପାର ହେବା ଚିନ୍ତା ଘାରିଥାଏ।
ସ୍ଥାନୀୟ ବାସିନ୍ଦା ପୁରୁଷୋତ୍ତମ ପଲାଇ କହିଛନ୍ତି ଯେ କାଣୀ ନଦୀ ଉପରେ ସେତୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଥିଲେ କେବଳ ଏରଡ଼ଙ୍ଗ ଓ ସିଂହଗାଁ ପଞ୍ଚାୟତର ଲୋକେ ଉପକୃତ ହୋଇ ଥାଆନ୍ତେ, କେନ୍ଦ୍ରାପଡ଼ାରୁ ସିଧାସଳଖ ଯାଜପୁରକୁ ସଡ଼କ ପଥ ସଂଯୋଗ ହୋଇଯାଇ ଥାଆନ୍ତା । କାଣୀ ସେତୁ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇ ଶେଷ କରାଯିବାକୁ ଏହି ଦୁଇ ପଞ୍ଚାୟତର ଲୋକେ ଦାବି କରିଛନ୍ତି।

Advertisment

ଏ ନେଇ ଆରଡି ଡିଭିଜନର ଏସଡିଓଙ୍କୁ ପଚରାଯିବାରେ ସେ କହିଥିଲେ ଯେ ଠିକାଦାର ଅଧାରୁ କାମ ଛାଡ଼ି ଚାଲିଯିବା ପରେ ୨୦୧୪ ମାର୍ଚ୍ଚ ୧୦ ତାରିଖରେ ସେତୁ କାର୍ଯ୍ୟର ଫାଇନାଲ ମେଜରମେଣ୍ଟ କରାଯାଇଥିଲା। ଏଥିପାଇଁ ପୁଣି ଥରେ ୫ କୋଟି ୪୯ ଲକ୍ଷ ୩୮ ହଜାର ଟଙ୍କାର ଟେଣ୍ଟର କରାଯାଇଛି। ଖୁବଶୀଘ୍ର ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆଉ ଲୋକଙ୍କ ଯାତାୟତରେ ଅସୁବିଧା ଦୂର ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe