କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଗାଁ ଏବେ ବି ଜଳମଗ୍ନ

କେନ୍ଦ୍ରାପଡା: ଖରସ୍ରୋତା ଓ ଏହାର ଶାଖା କାଣି ନଦୀରେ ବନ୍ୟା ଆସିବାରୁ କେନ୍ଦ୍ରାପଡ଼ା ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାର ବ୍ଲକର ବିଭିନ୍ନ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏହି ତିନିଟି ବ୍ଲକର ପ୍ରାୟ ୪୦ ହଜାରରୁ ଅଧିକ ଲୋକ ବନ୍ୟା ଘେରରେ ରହିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗା ଓ ମାଳିମି ପଞ୍ଚାୟତ ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି।

kendrapada

Rakesh Mallick
  • Published: Saturday, 01 August 2015
  • , Updated: 01 August 2015, 03:03 AM IST

କେନ୍ଦ୍ରାପଡା: ଖରସ୍ରୋତା ଓ ଏହାର ଶାଖା କାଣି ନଦୀରେ ବନ୍ୟା ଆସିବାରୁ କେନ୍ଦ୍ରାପଡ଼ା ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାର ବ୍ଲକର ବିଭିନ୍ନ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏହି ତିନିଟି ବ୍ଲକର ପ୍ରାୟ ୪୦ ହଜାରରୁ ଅଧିକ ଲୋକ ବନ୍ୟା ଘେରରେ ରହିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗା ଓ ମାଳିମି ପଞ୍ଚାୟତ ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି।

ବନ୍ୟା ଘେରରେ ରହିଥିବା ଲୋକଙ୍କ ପାଇଁ ଡଙ୍ଗା ହିଁ ଯୋଗାଯୋଗର ମୁଖ୍ୟ ମାଧ୍ୟମ ପାଲଟିଛି। ଏସବୁ ଅଞ୍ଚଳକୁ ଡଙ୍ଗାର ଆବଶ୍ୟକତା ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଡଙ୍ଗା ପହଞ୍ଚିନଥିବା ଅଭିଯୋଗ ହୋଇଛି। ତେଣୁ ଲୋକେ ଘରୋଇ ଡଙ୍ଗାରେ ଉପରେ ନିର୍ଭର କରୁଛନ୍ତି। ସେହିଭଳି ୩  ଦିନ ଧରି ପାଣିଘେରରେ ରହିଥିବା ଲୋକଙ୍କ ପାଖକୁ ରିଲିଫ୍ ତଥା ଖାଦ୍ୟ ସାମଗ୍ରୀ ପହଞ୍ଚି ପାରି ନାହିଁ। ସେପଟେ ବନ୍ୟାର ମୁକାବିଲା ପାଇଁ ଖାଦ୍ୟ ସାମଗ୍ରୀ ମହଜୁଦ ଥିବା ବେଳେ ପ୍ରଭାବିତ ଅଞ୍ଚଳକୁ ତୁରନ୍ତ ଡଙ୍ଗା ଯୋଗାଇ ଦେବାକୁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହଯାଇଛି।

Related story