କେନ୍ଦ୍ରାପଡା(ମନୋଜ ସ୍ୱାଇଁ): କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କର ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି। କେନ୍ଦ୍ରାପଡା ସରକାରୀ ବାସଭାବନରେ ଥିବା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୨୦୧୭ ମସିହାରେ ଗାଙ୍ଗପଡା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧକ୍ଷ ଭାବେ କାର୍ଯ୍ୟରତ ଥିଲେ ଅନାମ। ସେ ଜଣେ ମେଳାପୀ ,ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଏଏସ୍ ବଦଳି: ମଧୁମିତା ନାୟକ ଇଏସଆଇ ନିର୍ଦ୍ଦେଶିକା
ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ। ଅଶୋକ କୁମାର ପଣ୍ଡାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି।
Miscellaneous
ଡିଜିପି ସମ୍ମିଳନୀ ପାଇଁ ଲୋକସେବା ଭବନରେ କଟକଣା: କେବଳ ମନ୍ତ୍ରୀ-ସଚିବଙ୍କ କାରକୁ ମିଳିବ ପାର୍କିଂ ଅନୁମତି
ପୁଲିସ ଡିଜି ସମ୍ମିଳନୀ ପାଇଁ ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି ହେବ। ପାର୍କିଂ ପାଇଁ ଆବଶ୍ୟକ ଗାଇଡଲାଇନ୍ ଜାରି କଲେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍.କେ ଶର୍ମା।
Crime
ବୈକୁଣ୍ଠଧାମ ଆଶ୍ରମରେ ଚାଲୁଥିଲା ଯୌନ ଉତ୍ପୀଡନ!
ଅଭିଯୋଗ ଅନୁସାରେ ଥରେ ଲୀନାଙ୍କୁ ଫୋନ୍ କରୁଥିବା ଆଶ୍ରମର ବାବା କ୍ରିଷ୍ଣ ମାଧବଙ୍କ ସହ ଯୋଗାଯୋଗ କରିଥିଲେ ଜିତେନ। ଏଥିପାଇଁ ସେ ୨,୦୦,୦୦୦ ଟଙ୍କା ମାଗିଲା। ୨,୦୦,୦୦୦ ଟଙ୍କା ଦେଲେ ଲୀନାଙ୍କୁ ଛାଡ଼ିଦେବି ବୋଲି କ୍ରିଷ୍ଣା କହିଥିଲେ।
Miscellaneous
୨୯ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ରାଜଭବନ ପର୍ଯ୍ୟନ୍ତ ରୋଡ୍ ସୋ। ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପଦାଧିକାରୀଙ୍କୁ ଦେବେ ଗୁରୁମନ୍ତ୍ର।
Miscellaneous
ଜାନୁଆରୀ ୫ରୁ ଆଦିବାସୀ ମେଳା, ପ୍ରବାସୀ ବି ଦେଖିବେ ଓଡ଼ିଶାର ଆଦିବାସୀ ସଂସ୍କୃତି
ଚଳିତଥର ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।