ସମାଜସେବୀଙ୍କୁ ଶେଷ ସମ୍ମାନ ଜଣାଇଲେ ଗ୍ରାମବାସୀ: ହାତରେ ଫଟୋ ଧରି ଦଶାହରେ ସମସ୍ତେ ମୁଣ୍ଡନ ହେଲେ

କେନ୍ଦ୍ରାପଡ଼ା (ବନମାଳି ସାହୁ): କୁହାଯାଏ ମଣିଷଟିଏ ଏ ପୃଥିବୀ ଛାଡ଼ି ଗଲା ପରେ ହିଁ ଜଣାପଡ଼େ ପ୍ରକୃତରେ ସେ କେତେ ଲୋକପ୍ରିୟ। ତାଙ୍କ ଅନୁପସ୍ଥିତି ଲୋକମାନେ ଅନୁଭବ କରନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ। ରାଜକନିକା ଗାଁ ଭାରିଗଦାରେ ଜନ୍ମ ଗ୍ରହଣ କରିଥିଲେ ଦାମୋଦର ବିନୋଦ। କର୍ମମୟ ଜୀବନ ଭିତରେ ସେ ଅକୁଣ୍ଠ ଭାବରେ ସମସ୍ତଙ୍କୁ ଭଲ ପାଉଥିଲେ। ତାଙ୍କ ଭଲ ପାଇବାରେ କେବେ ନଥିଲା କାର୍ପଣ୍ୟ। କାହାରି କେଉଁଠି […]

kendrapada

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 05:10 PM IST

କେନ୍ଦ୍ରାପଡ଼ା (ବନମାଳି ସାହୁ): କୁହାଯାଏ ମଣିଷଟିଏ ଏ ପୃଥିବୀ ଛାଡ଼ି ଗଲା ପରେ ହିଁ ଜଣାପଡ଼େ ପ୍ରକୃତରେ ସେ କେତେ ଲୋକପ୍ରିୟ। ତାଙ୍କ ଅନୁପସ୍ଥିତି ଲୋକମାନେ ଅନୁଭବ କରନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ।

ରାଜକନିକା ଗାଁ ଭାରିଗଦାରେ ଜନ୍ମ ଗ୍ରହଣ କରିଥିଲେ ଦାମୋଦର ବିନୋଦ। କର୍ମମୟ ଜୀବନ ଭିତରେ ସେ ଅକୁଣ୍ଠ ଭାବରେ ସମସ୍ତଙ୍କୁ ଭଲ ପାଉଥିଲେ। ତାଙ୍କ ଭଲ ପାଇବାରେ କେବେ ନଥିଲା କାର୍ପଣ୍ୟ। କାହାରି କେଉଁଠି ଅସୁବିଧା ହେଲେ ସେ ଧାଇଁ ଯାଉଥିଲେ ସାହାଯ୍ୟ କରିବାକୁ। ନିଜକୁ ସମାଜ ସେବାରେ ସମର୍ପି ଥିଲେ ଦାମୋଦର। ସେଥିପାଇଁ ସେଭଳି ଜଣେ ଦରଦୀ ମଣିଷକୁ ଲୋକେ ଝୁରି ହେଉଥିଲେ।

ନିକଟରେ ୭୬ ବର୍ଷରେ ଦାମୋଦରଙ୍କର ପରଲୋକ ହୋଇଯାଇଛି। ତାଙ୍କ ଦଶାହ ମଧ୍ୟ ପାଳିତ ହୋଇଯାଇଛି। କିନ୍ତୁ ସେଥିରେ କେତେକ ତାଙ୍କ ବଂଶର ଲୋକମାନେ ସାମିଲ ହୋଇନଥିଲେ। ଦଶାହରେ ସାମିଲ ହୋଇଥିଲେ ସାରା ଗାଁର ଲୋକ। ଗାଁ ପ୍ରତି ଦାମୋଦରଙ୍କ ଅବଦାନକୁ ସମ୍ମାନ ଜଣାଇ ସାରା ଗାଁର ଲୋକମାନେ ତାଙ୍କ ପାଇଁ ମୁଣ୍ଡନ ହୋଇଥିଲେ। ତାଙ୍କ ଫଟୋ ଧରି ଗ୍ରାମବାସୀ ତାଙ୍କ କର୍ମ କରିଥିଲେ। ସେମାନଙ୍କ ମତ ହେଲା- ଯେଉଁ ଲୋକ ଗାଁ ପାଇଁ ଓ ଗାଁ ଲୋକଙ୍କ ପାଇଁ ଜୀବନବ୍ୟାପୀ କାମ କରିଥିଲେ, ତାଙ୍କୁ ଏମିତି ସମ୍ମାନ ଦେବା ବେଶୀ କିଛି ନୁହେଁ। ଦାମୋଦରବାବୁ ଅଧିକ ସମ୍ମାନର ଅଧିକାରୀ।

Related story