କେନ୍ଦୁଝର: ପୋଲିସର ଦୁର୍ବ୍ୟବହାର ଅଭିଯୋଗରେ ଆଜି କୋର୍ଟ ବର୍ଜନ କରିବ ଜିଲ୍ଲା ଓକିଲ ସଂଘ

କେନ୍ଦୁଝର: କେନ୍ଦୁଝରରେ ପୋଲିସ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର କୋର୍ଟର ଓକିଲ ଦଇତାରି ଆପଟ ତାଙ୍କ ମୋଟର ସାଇକେଲ ହଜିଯାଇଥିବା ନେଇ ଥାନାରେ ଏତଲା ଦେବାକୁ ଯାଇଥିଲେ।  ତେବେ ସେହି ସମୟରେ ଥାନାର ଏସ୍ଆଇ ତ୍ରିନାଥ ସେଠୀ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ସେ ଅଭିଯୋଗ ହୋଇଛି। ଏହାପରେ କେନ୍ଦୁଝର ଓକିଲ ସଂଘର ସଦସ୍ୟମାନେ ଥାନାକୁ ଆସିଥିଲେ। ପରେ ସେମାନେ ଏସପିଙ୍କ ନିକଟରେ ଘଟଣାର ପ୍ରତିବାଦ ଜଣାଇଥିଲେ। ଘଟଣାଙ୍କୁ ନେଇ ଜିଲ୍ଲା […]

kendujhar

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 02:45 AM IST

କେନ୍ଦୁଝର: କେନ୍ଦୁଝରରେ ପୋଲିସ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର କୋର୍ଟର ଓକିଲ ଦଇତାରି ଆପଟ ତାଙ୍କ ମୋଟର ସାଇକେଲ ହଜିଯାଇଥିବା ନେଇ ଥାନାରେ ଏତଲା ଦେବାକୁ ଯାଇଥିଲେ।  ତେବେ ସେହି ସମୟରେ ଥାନାର ଏସ୍ଆଇ ତ୍ରିନାଥ ସେଠୀ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ସେ ଅଭିଯୋଗ ହୋଇଛି। ଏହାପରେ କେନ୍ଦୁଝର ଓକିଲ ସଂଘର ସଦସ୍ୟମାନେ ଥାନାକୁ ଆସିଥିଲେ। ପରେ ସେମାନେ ଏସପିଙ୍କ ନିକଟରେ ଘଟଣାର ପ୍ରତିବାଦ ଜଣାଇଥିଲେ। ଘଟଣାଙ୍କୁ ନେଇ ଜିଲ୍ଲା ଓକିଲ ସଂଘ ଆଜି କୋର୍ଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛି।

Related story