କେନ୍ଦୁଝର ପୌର ପରିଷଦ ଅନାସ୍ଥା ଭୋଟ ପ୍ରସଙ୍ଗ: ୯ କାଉନସିଲର ସାନି ନିର୍ବାଚନ ଉପରେ ହାଇକୋର୍ଟଙ୍କ କଟକଣା

କେନ୍ଦୁଝର: କେନ୍ଦୁଝର ପୌର ପରିଷଦର ଖାଲି ପଡିଥିବା ୯ଟି କାଉନସିଲର ପଦବୀ ପୂରଣ ପାଇଁ ସାନି ନିର୍ବାଚନ ଉପରେ ହାଇକୋର୍ଟ କଟକଣା ଲଗାଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ନିର୍ବାଚନ ବିଜ୍ଞପ୍ତି ଜାରି ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୪ ତାରିଖ ସୁଦ୍ଧା ସମସ୍ତ ପ୍ରତିପକ୍ଷ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଦାୟର ମାମଲାର ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦୁଝର ପୌରାଧ୍ୟକ୍ଷା ମୀନତୀ ମାଝିଙ୍କ ବିରୋଧରେ […]

OrissaHighCourt

Rakesh Mallick
  • Published: Tuesday, 01 March 2016
  • , Updated: 01 March 2016, 02:19 PM IST

କେନ୍ଦୁଝର: କେନ୍ଦୁଝର ପୌର ପରିଷଦର ଖାଲି ପଡିଥିବା ୯ଟି କାଉନସିଲର ପଦବୀ ପୂରଣ ପାଇଁ ସାନି ନିର୍ବାଚନ ଉପରେ ହାଇକୋର୍ଟ କଟକଣା ଲଗାଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ନିର୍ବାଚନ ବିଜ୍ଞପ୍ତି ଜାରି ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୪ ତାରିଖ ସୁଦ୍ଧା ସମସ୍ତ ପ୍ରତିପକ୍ଷ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ କମିଶନଙ୍କ ପକ୍ଷରୁ ଦାୟର ମାମଲାର ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦୁଝର ପୌରାଧ୍ୟକ୍ଷା ମୀନତୀ ମାଝିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବରେ ଦଳୀୟ ହୁଇପ୍‌ ଅମାନ୍ୟ କରି ୯ ଜଣ କାଉନସିଲର ଭୋଟ୍‌ ଦେଇଥିଲେ। ଯାହାକୁ ନେଇ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା। ପରେ ଦଳ ବଦଳ ନିରୋଧ ଆଇନ୍‌ ଆଧାରରେ ସେମାନଙ୍କୁ ପଦଚ୍ୟୁତ କରାଯାଇଥିଲା।

Related story