୧୮ ଦିନରେ ୧୩ ଶିଶୁ ମୃତ୍ୟୁ ଘଟଣା: ବଦଳିଲେ କେନ୍ଦୁଝର ସିଡିଏମ୍‌ଓ

କେନ୍ଦୁଝର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଦାୟିତ୍ୱ ନେବେ କିଶୋରଚନ୍ଦ୍ର ପୃଷ୍ଟି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଳିତ ମାସର ପ୍ରଥମ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ସିଡିଏମ୍‌ଓ ସୁଜାତାରାଣୀ ମିଶ୍ରଙ୍କ ବିରୋଧରେ […]

Sujata

  • Published: Thursday, 22 September 2022
  • , Updated: 22 September 2022, 04:50 PM IST

କେନ୍ଦୁଝର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଦାୟିତ୍ୱ ନେବେ କିଶୋରଚନ୍ଦ୍ର ପୃଷ୍ଟି।

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଳିତ ମାସର ପ୍ରଥମ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ସିଡିଏମ୍‌ଓ ସୁଜାତାରାଣୀ ମିଶ୍ରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏସ୍‌ଏନ୍‌ସିୟୁରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ କେବଳ ୨୪ ଘଣ୍ଟାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ଡାକ୍ତରଖାନା ପକ୍ଷରୁ ଏହି ସଂଖ୍ୟା ୪ ବୋଲି କୁହାଯାଇଥିଲା। ତେବେ ଚିକିତ୍ସାରେ ଡାକ୍ତରଙ୍କ ଅବହେଳା କଥାକୁ ସ୍ୱୀକାର କରାଯାଇ ନଥିଲା।

ସିଡିଏମ୍‌ଓ ସୁଜାତାରାଣୀ ମିଶ୍ର ଏ ସଂପର୍କରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଥିଲେ ଯେ ୧୮ ଦିନରେ ୧୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିବା ଏମିତି କିଛି ଗୋଟାଏ ବଡ଼ ଭୁଲ୍ ନୁହେଁ। ଏସ୍‌ଏନ୍‌ସିୟୁକୁ ଯେଉଁମାନେ ଆସନ୍ତି, ସେମାନଙ୍କ ଅବସ୍ଥା ଅତି ଖରାପ ହୋଇଥାଏ।

ଅନ୍ୟପକ୍ଷରେ ଜିଲ୍ଲା ହସ୍‌ପିଟାଲ୍‌ରେ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ହାଇକୋର୍ଟର ଜଣେ ସିଟିଂ ଜଜ୍‌ଙ୍କ ଜରିଆରେ ଘଟଣାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ଶ୍ରୀ ମାଝୀ କହିଛନ୍ତି, ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଅନେକ ଶିଶୁ କୁପୋଷଣର ଶିକାର ହୋଇଥିଲେ ଓ ଏ ନେଇ ଚିଠି ଲେଖି ଜଣାଇଥିଲି। ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ନଥିବାରୁ ଉପଯୁକ୍ତ ଚିକିତ୍ସା ମିଳୁନି। ୮୫୮୩ କୋଟି ଟଙ୍କା ଡିଏମ୍‌ଏଫ୍‌ରେ ଥିଲେ ବି ତାହା ଖର୍ଚ୍ଚ ହେଉନି।

Related story